ମୁମ୍ବାଇ: ଆଉ ନାହାନ୍ତି ସେ କିନ୍ତୁ ଆଜି ତାଙ୍କୁ ଝୁରୁଛି ତାଙ୍କ ପରିବାର ଓ ବଲିଉଡ ଫିଲ୍ମ ଜଗତ | ବଲିଉଡ ଜଗତର ଶାନ୍ତ ଓ ସବୁବେଳେ ହସୁ ଥିବା କଳାକାର ଥିଲେ ସେ |ଯେତେବେଳେ ଯାହାକୁ ଦେଖୁଥିଲେ ମୁହଁରେ ତାଙ୍କର ଥିଲା ଛୋଟିଆ ହସ |ବଲିଉଡ ଜଗତରେ ଅନେକ ଫିଲ୍ମ କରି ଦର୍ଶକଙ୍କ ମନରେ ନିଜର ଛାପ ଛାଡି ଯାଇଛନ୍ତି |ସେ ଆଉ କେହି ନୁହନ୍ତି ଆମର ବଲିଉଡ ଜଗତର ପ୍ରିୟ କଳାକାର ସୁଶାନ୍ତ ସିଂ ରାଜପୁତ |ଆଜି ତାଙ୍କ ଜନ୍ମ ଦିନ ହେଲେ ସେ ଆଜି ଆମ ଗହଣରେ ନାହାନ୍ତି |ଆସନ୍ତୁ ତାଙ୍କ ଜନ୍ମ ଦିନରେ ତାଙ୍କ ବିଷୟରେ କିଛି ଜାଣିବା:-
ସୁଶାନ୍ତ ସିଂ ରାଜପୁତ |ବଲିଉଡ ଜଗତର ଆଗଧାଡିର କଳାକାର ମାନଙ୍କ ମଧ୍ୟରେ ସେ ଥିଲେ ଜଣେ |ତାଙ୍କର ଇନୋସେଣ୍ଟ ଚେହେରା ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା ତାଙ୍କ ଫିଲ୍ମ ମାଧ୍ୟମରେ |ଖୁବ କମ ଦିନ ହେବ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ କିନ୍ତୁ କମ ଦିନ ହେଲେ ବି ତାଙ୍କର ନିଖୁଣ ଅଭିନୟ ମାଧ୍ୟମରେ ସେ ବଲିଉଡରେ ନିଜର ନାଁ କମାଇ ପାରିଥିଲେ |
ସୁଶାନ୍ତ ସିଂ ରାଜପୁତ 21 ଜାନୁଆରୀ ୧୯୮୬ରେ ଜନ୍ମ ଗ୍ରହଣ କରିଥିଲେ | ସୁଶାନ୍ତ ସିଂ ରାଜପୁତ ଦିଲ୍ଲୀ କଲେଜ ଅଫ୍ ଇଞ୍ଜିନିୟରିଂରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଛାଡି ମୁମ୍ବାଇର ଥିଏଟର ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ।ହିନ୍ଦୀ ସିରିଏଲ ପବିତ୍ର ରିସ୍ତା ତାଙ୍କୁ ଲୋକପ୍ରିୟ କରାଇ ପାରିଥିଲା | ସେ ଫିଲ୍ମ ଆଡାପ୍ଟେସନ୍ କେ ପୋ ଚେରେ ବଲିଉଡରେ ଡେବ୍ୟୁ କରିଥିଲେ | ପରେ ପରେ ସେ ଗୋଟେ ପରେ ଗୋଟେ ଫିଲ୍ମ କରିଚାଲିଲେ |ଯଥା :- ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ, କେଦାରନାଥ,ଚିଚୋର,ଶୁଦ୍ଧ ଦେଶୀ ରୋମାନ୍ସ,,ଡିଟେକ୍ଟିଭ୍ ବାଇମକେଶ ବକ୍ସି,ପିକେ |ଶେଷରେ ତାଙ୍କର ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାର ପାଇଁ ପ୍ରଥମ ନାମାଙ୍କନ ଗ୍ରହଣ କରିଥିଲେ ଏବଂ ମେଲବୋର୍ଣ୍ଣର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ବିଜେତା ମନୋନୀତ ହୋଇଥିଲେ | ଚଳଚ୍ଚିତ୍ର ଶିଳ୍ପରେ ତାଙ୍କର ଅବଦାନ ହେତୁ ସେ ଏକ ସ୍କ୍ରିନ ଆୱାର୍ଡ ପାଇଥିଲେ ଏବଂ ଦୁଇଥର ଫିଲ୍ମଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ |ଜୁନ୍ ୨୦୨୦ ରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ଘରେ ୩୪ ବର୍ଷ ବୟସରେ ରାଜପୁତ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଥିଲେ। ତାଙ୍କର ଶେଷ ଚଳଚ୍ଚିତ୍ର ଦିଲ୍ ବେଚାରା ୨୦୨୦ ରେ ଷ୍ଟ୍ରିମିଂ ପ୍ଲାଟଫର୍ମ ହଟଷ୍ଟାରରେ ପରବର୍ତ୍ତୀ ସମୟରେ ମୁକ୍ତିଲାଭ କରିଥିଲା |
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ