You are currently viewing ଓସ୍କାର ପାଇଲା ‘କୋଡା’

ଓସ୍କାର ପାଇଲା ‘କୋଡା’

କାଲିଫର୍ଣ୍ଣିୟା ସ୍ଥିତ ଲସଏଞ୍ଜେଲସଙ୍କ  ଡାଲ୍ୱି ଥିଏଟରରେ ୯୪ତମ ଓସ୍କାର  ପୁରସ୍କାର ସମାରୋହ ଚାଲିଛି ।  ଏହି ଆୱର୍ଡ ସୋ’ ରେ ସମସ୍ତଙ୍କୁ ବିସ୍ମିତ କରିଛି ଚଳଚ୍ଚିତ୍ର ‘କୋଡା’ ।
ଖବର ଅନୁଯାୟୀ ‘ସନଡାନସ ଚଳଚ୍ଚିତ୍ର ଉତ୍ସବ୨୦୨୧’ରେ ‘କୋଡା’ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି  ମାତ୍ର ୩ଟି ବର୍ଗ ପାଇଁ  ମନୋନିତ ହୋଇଥିଲା ଏବଂ ଏଥିରେ ବିଜୟୀ ମଧ୍ୟ  ହୋଇଥିଲା ।

‘ଓସ୍କାର୨୦୨୨’ରେ ‘କୋଡା’କୁ  ‘ବେଷ୍ଟ ପିକ୍‌ଚର’, ‘ବେଷ୍ଟ ଆଡାପ୍‌ଟେଡ ସ୍କିନପ୍ଲେ’ ଏବଂ  ‘ବେଷ୍ଟ ସପୋର୍ଟିଙ୍ଗ ଆକ୍ଟର’ ସମ୍ମାନ ମିଳିଛି । ପ୍ରଜୋଯକ ଫିଲିପ୍ ରସଲେଟ, ପାଟ୍ରିକ ୱାସବର୍ଗର,  ଜିରୋମ ସିଡୋକ୍ସ ଏବଂ ଫ୍ୟାବରାଇସ ଜିଆନଫର୍ମି ‘କୋଡା’ ପାଇଁ  ମଧ୍ୟ ବେଷ୍ଟ ପିକଚର ଆୱର୍ଡ ଗ୍ରହଣ କରିଥିଲେ । ଏହି ଫିଲ୍ମରେ ଫ୍ରାଙ୍କ ରୋସି  ଭୂମିକାରେ ଅଭିନୟ  କରିଥିଲେ ଅଭିନେତା ଟ୍ରୟ କସୁର  ‘ବେଷ୍ଟ ସପୋର୍ଟିଙ୍ଗ ଆକ୍ଟର’ ସମ୍ମାନ ଗ୍ରହଣ କରିଥିବା ବେଳେ  ସିଆନ ହିଡର  ‘ବେଷ୍ଟ ଆଡାପ୍‌ଟେଡ୍ ସ୍କ୍ରିନ ପ୍ଲେ ଆୱର୍ଡ’ ଗ୍ରହଣ କରିଛନ୍ତି । ‘କୋଡା’ ଚଳଚ୍ଚିତ୍ରଟି ସଂପୂର୍ଣ୍ଣ ପାରିବାରିକ କାହାଣୀ  ଉପରେ ପର୍ଯ୍ୟବେସିତ । ଏହି ପରିବାରରେ ୪ଜଣ ସଦସ୍ୟ ଥିବା ବେଳେ ୩ଜଣ ସଦସ୍ୟ ସଂପୂର୍ଣ୍ଣ ବଧିର ଥିବା ବେଳେ ଚତୁର୍ଥ ସଦସ୍ୟ ଜଣକ ସଂଗୀତ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ଥିବା ଭୂମିକାରେ ଅଭିନୟ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।