You are currently viewing ସାହାର୍ଯ୍ୟକୁ ସମ୍ମାନ ଜଣାଇ ବ୍ୟକ୍ତି ଖୋଲିଲେ ସବ୍ୟଙ୍କ ନାମରେ ଫୁଡ ଷ୍ଟଲ

ସାହାର୍ଯ୍ୟକୁ ସମ୍ମାନ ଜଣାଇ ବ୍ୟକ୍ତି ଖୋଲିଲେ ସବ୍ୟଙ୍କ ନାମରେ ଫୁଡ ଷ୍ଟଲ

କରୋନା ପାଇଁ ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ । କରୋନା ବିସ୍ତାର ଲାଭ ନ କରିବା ପାଇଁ ସମସ୍ତ କର୍ମକ୍ଷେତ୍ର ବନ୍ଦ ହୋଇଯାଇଥିଲା । ସେ ସମୟରେ ବାହାରକୁ କାର୍ଯ୍ୟ କରିବା ପାଇଁ ଯାଇଥିବା ଲୋକେ ଘରକୁ ଫେରିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଉଥିଲେ । ଦୁବାଇରେ ଫସି ରହିଥିବା ଏକ ଯୁବକ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେ ଟ୍ୱିଟ କରି ସାବ୍ୟସାଚୀଙ୍କୁ ନିଜ ଅସୁବିଧା ସଂପର୍କରେ କହିଥିଲେ ଏବଂ ସବ୍ୟସାଚୀ ତାଙ୍କ ଫେରିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିଲେ । ବ୍ୟକ୍ତି ଜଣକ ସବ୍ୟସାଚୀଙ୍କ ଏହି ସାହାର୍ଯ୍ୟକୁ ଭୁଲି ନପାରି ‘ସବ୍ୟଚାଚୀ ଫୁଡ୍ ୱାର୍ଲ୍ଡ’ ନାମରେ ଏକ ଦୋକାନ ଖୋଲିଛନ୍ତି । ଏହାକୁ ପ୍ରଶଂସା କରି ସବ୍ୟସାଚୀ ଟ୍ୱିଟ କରି ଜଣାଇଛନ୍ତି ଯେ, ସେ ବହୁତ ଜଲଦୀ ତାଙ୍କ ଫୁଡ ଷ୍ଟଲକୁ ଯିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।