ନୂଆଦିଲ୍ଲୀ, ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି ବିଜେପି ସାଂସଦ ଗୌତମ ଗମ୍ଭୀର । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଭାରତ ପାଇଁ କ୍ରିକେଟ ମଧ୍ୟ ଖେଳିଛନ୍ତି । ଦାନ କରିସାରିବା ପରେ ସେ କହିଛନ୍ତି ଯେ, ଏହି ଟଙ୍କା ସେ ଏବଂ ତାଙ୍କ ପରିବାର ଲୋକ ରାମମନ୍ଦିର ନିର୍ମାଣ ପାଇଁ ଦେଇଛନ୍ତି । ଯାହା ସମସ୍ତ ଭାରତୀୟଙ୍କ ସ୍ୱପ୍ନ । ତେବେ ବିଜେପି ଦିଲ୍ଲୀ ବିଜେପି ସାରା ସହରରେ କୁପନ ମାଧ୍ୟମରେ ଦାନ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ବୋଲି ଦଳର ନେତାମାନେ କହିଛନ୍ତି । ୧୦, ୧୦୦ ଏବଂ ୧୦୦୦ ଟଙ୍କିଆ କୁପନ ଦାନ ପରିବାରରୁ ଦାନ ସଂଗ୍ରହରେ ବ୍ୟବହୃତ ହେବ।
ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କରିଛନ୍ତି ଗମ୍ଭୀର
- Post published:January 22, 2021
- Post category:ମନୋରଞ୍ଜନ
- Reading time:1 mins read