୧ହଜାର କୋଟି ଠକେଇ ମାମଲାରେ ଜେରା ହେବେ ଅଭିନେତା ଗୋବିନ୍ଦା

ଓଡିଶା ଅର୍ଥନୈତିକ ଅପରାଧ ଶାଖା ତରଫରୁ ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ନୋଟିସ ଜାରି କରାଯାଇଛି। ୧ହଜାର କୋଟି ଟଙ୍କାର ଅନଲାଇନ ଅର୍ଥ ଠକେଇ ମାମଲାରେ ଗୋବିନ୍ଦାଙ୍କ ସଂପୃକ୍ତି ଥିବା ଅଭିଯୋଗ ଉପରେ ଇଓଡବ୍ଲ୍ୟୁ ଗୋବିନ୍ଦାଙ୍କୁ ଜେରା କରିବ। ସୂଚନାଯୋଗ୍ୟ ସମଗ୍ର ଭାରତବର୍ଷର ପାନ୍ ଇଣ୍ଡିଆ ନାମକ ଏକ କମ୍ପାନୀ ଠକେଇ କରିଥିଲା। ଏହି ଠକେଇରେ ଗୋବିନ୍ଦାଙ୍କ ସଂପୃକ୍ତି ଥିବା ଜଣାପଡିଛି।

ଖବର ଅନୁଯାୟୀ ସୋଲାର ଟେକ୍ନୋ ଆଲାଏନ୍ସ ନାମକ ଏକ କମ୍ପାନୀ ବିଶ୍ୱର ବିଭିନ୍ନ ଦେଶରେ ନିଜର ଶାଖା ଖୋଲି କ୍ରିପ୍ଟୋକରେନ୍ସି ନିବେଶ ବାହାନାରେ ଏକ ଅନଲାଇନ ପଞ୍ଜି ସ୍କିମ ଚଳାଇଥିଲା। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଇଓଡବ୍ଲ୍ୟୁର କର୍ତ୍ତୁପକ୍ଷ କହିଛନ୍ତି, ବର୍ତ୍ତମାନ ଗୋବିନ୍ଦା ସନ୍ଦିଗ୍ଧ କିମ୍ବା ଅଭିଯୁକ୍ତ ନୁହଁନ୍ତି। କେବଳ କମ୍ପାନୀ ସମର୍ଥରେ ପ୍ରଚାର କରିଥିବା କାରଣରୁ ତାଙ୍କୁ ପଚରା ଉଚରା କରାଯିବ।

ଚଳିତ ବର୍ଷ ଜୁଲାଇ ମାସରେ ଗୋଆରେ କମ୍ପାନୀ ଦ୍ୱାରା ଆୟୋଜିତ ଏକ ମେଗା ଇଭେଣ୍ଟରେ ଗୋବିନ୍ଦା ଯୋଗ ଦେଇଥିଲେ। ଏନେଇ ଓଡିଶା ଇଓଡବ୍ଲ୍ୟୁର ଏକ ଟିମ୍ ଖୁବଶୀଘ୍ର ମୁମ୍ବାଇରେ ପହଂଚି କମ୍ପାନୀ ସହ ତାଙ୍କର କ’ଣ ସଂପର୍କ ସେ ବିଷୟରେ ଅଭିନେତାଙ୍କୁ ପଚରା ଉଚରା କରିବ।

Leave A Reply

Your email address will not be published.