କରୋନା ଯୋଦ୍ଧା ସାବ୍ୟସାଚୀଙ୍କୁ ସମ୍ମାନିତ କଲା ଝାଡଖଣ୍ଡର ଏକ ହୋଟେଲ

କରୋନାର ବିପତ୍ତି ସମୟରେ ପ୍ରବାସୀମାନଙ୍କୁ ଏବଂ ଅସୁବିଧାର ସମ୍ମୁଖୀନ ଥିବା ଲୋକଙ୍କୁ ସାହାର୍ଯ୍ୟ କରିଥିଲେ ଓଡିଆ ଅଭିନେତା ସାବ୍ୟସାଚୀ । ରିଲ ହିରୋ ରିଅଲ ଜୀବନରେ ଲୋକଙ୍କୁ ସାହାର୍ଯ୍ୟ କରି ସେମାନଙ୍କର ରିଅଲ ହିରୋ ପାଲଟିଥିଲେ ସାବ୍ୟସାଚୀ । ଦେଶରେ କୋଭିଡ ୱାରିଅରଙ୍କୁ ସମ୍ମାନିତ କରୁଥିବା ଝାଡଖଣ୍ଡ ରାଞ୍ଚିର ଏକ ହେଟେଲ ସାବ୍ୟସାଚୀଙ୍କୁ ମଧ୍ୟ ସମ୍ମାନିତ କରିଛି । ଫଳ ଓ ପରିବାରେ ସାବ୍ୟଙ୍କ ଚିତ୍ର ଆଙ୍କି ସମ୍ମାନିତ କରିଛି ଏହି ହୋଟେଲ ।

ହୋଟେଲର ମ୍ୟାନେଜର କହିଛନ୍ତି ଯେ, ସାବ୍ୟସାଚୀଙ୍କୁ ସମସ୍ତେ ଜାଣନ୍ତି । ସେ ଓଡ଼ିଶାର ଜଣେ ସୁପରଷ୍ଟାର । କରୋନା ସମୟରେ ଅନେକ ଗରିବ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଏମିତି ସଙ୍କଟ ସମୟରେ ମାନବିକତା ଦେଖାଇ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ସବ୍ୟସାଚୀ। ବସ୍ ପଠାଇ କିମ୍ବା କାହାକୁ ଟଙ୍କା ଆକାରରେ ସାହାର୍ଯ୍ୟ କରିଛନ୍ତି ତ କାହା ପାଇଁ ଖାଦ୍ୟ ଯୋଗାଇ ଦେଇଛନ୍ତି ସାବ୍ୟ । ତାଙ୍କର ଏହି ନିଃଶ୍ୱାର୍ଥପର ସେବା ମୂଳକ କାର‌୍ୟ୍ୟରେ ଆମେ ମୁଗ୍ଧ ହୋଇ ଆମେ ତାଙ୍କୁ ସମ୍ମାନ ଜଣାଉଛୁ। ବିଶେଷ କରି ଝାଡ଼ଖଣ୍ଡର ଲୋକେ ସବ୍ୟସାଚୀଙ୍କ ବିଷୟରେ ଜାଣନ୍ତୁ ବୋଲି ଉଦ୍ଦେଶ୍ୟ ନେଇ ଏଭଳି ପ୍ରଦର୍ଶନୀର ଆୟୋଜନ କରାଯାଇଛି ବୋଲି ସେ କହିଛନ୍ତି। ଏହାର ଏକ ଭିଡିଓକୁ ତାଙ୍କ ଫେସବୁକ୍ ଆଇଡିରେ ସେୟାର କରିଛନ୍ତି ସବ୍ୟସାଚୀ ।

Leave A Reply

Your email address will not be published.