You are currently viewing ଜ୍ୟାକ୍‌ଲିନ କରିବେ ଓଟିଟି ଡେବ୍ୟୁ

ଜ୍ୟାକ୍‌ଲିନ କରିବେ ଓଟିଟି ଡେବ୍ୟୁ

ମୁମ୍ବାଇ: ଖୁବ୍‌ଶୀଘ୍ର ଓଟିଟିରେ ନଜର ଆସିବେ ଜ୍ୟାକ୍‌ଲିନ। ବର୍ତ୍ତମାନ ସମୟରେ ଅନେକ କଳାକାର ଡିଜିଟାଲ ପ୍ଲାଟଫର୍ମ ଆଡ଼େ ମୁହଁଉଥିବା ବେଳେ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ନାଣ୍ଡିଜ୍‌ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ସେ ଖୁବ୍‌ଶୀଘ୍ର ଓଟିଟିରେ ନିଜର ଯାଦୁ ଦେଖାଇବାକୁ ଯାଉଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ନିର୍ଦ୍ଦେଶକ ଅଭିଷେକ ଶର୍ମାଙ୍କ ୱେବ ସିରିଜ୍‌ ଜରିଆରେ ସେ ଡିଜିଟାଲ ଡେବ୍ୟୁ କରିବେ। ଏଥିସହ ଲୋକପ୍ରିୟ ଅଭିନେତା ନୀଲ ନିତୀନ ମୁକେଶଙ୍କୁ ସିରିଜ୍‌ରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ଏହି ସିରିଜ୍‌ର ନାମ ‘ଗ୍ରେଟେଷ୍ଟ ଅଫ୍‌ ଅଲ୍‌ ଟାଇମ୍‌’ ରହିଛି। ଜ୍ୟାକ୍‌ଲିନଙ୍କ ଏହି ସିରିଜ୍‌ ଜିଓ ସିନେମାରେ ମୁକ୍ତିଲାଭ କରିବ।

ତେବେ ନିର୍ଦ୍ଦେଶକ ଅଭିଷେକ ଆରମ୍ଭରୁ ଜ୍ୟାକ୍‌ଲିନ୍‌ଙ୍କୁ ତାଙ୍କ ୱେବ ସିରିଜ୍‌ରେ କାଷ୍ଟ କରିବାକୁ ଚାହୁଁଥିଲେ। ଆଉ ଅଭିନେତ୍ରୀ ଏବେ ତାଙ୍କ ପ୍ରୋଜେକ୍ଟ ପାଇଁ ରାଜି ହୋଇଛନ୍ତି। ଏହି ସିରିଜ୍‌ ବାବଦରେ ଅଧିକ ସୂଚନା ଦିଆଯାଇ ନ ଥିବାବେଳେ ସିରିଜ୍‌ ପ୍ରଥମ ଶୁଟିଂ ମୁମ୍ବାଇରେ ହେବ ବୋଲି ଜଣାପଡ଼ିଛି। ଏଥି ସହ ଆସନ୍ତା ୪ ମାସ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ଏହାର ଶୁଟିଂ ହେବ ବୋଲି ସୂଚନା ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।