You are currently viewing ଅଡୁଆରେ କଙ୍ଗନା ରଣାୱତ୍: ଅଭିନେତ୍ରୀଙ୍କ ଉପରେ ବର୍ଷିଲେ କୋର୍ଟ

ଅଡୁଆରେ କଙ୍ଗନା ରଣାୱତ୍: ଅଭିନେତ୍ରୀଙ୍କ ଉପରେ ବର୍ଷିଲେ କୋର୍ଟ

ମୁମ୍ବାଇ- ୨୫/୦୩,  ସବୁବେଳେ କିଛି ନା କିଛି କାରଣ ପାଇଁ  ବିବାଦ ଘେରରେ ରହୁଥିବା ବଲିଉଡର କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତ ପୁଣିଥରେ ଅଡୁଆରେ ଛନ୍ଦି ହୋଇଯାଇଛନ୍ତି । ସଙ୍ଗୀତକାର  ଜାଭେଦ ଅଖତରଙ୍କ ଦ୍ୱାରା  କଙ୍ଗନାଙ୍କ ବିରୁଧରେ ରୁଜୁ ହୋଇଥିବା  ମାନହାନୀ କେସ ମାମଲାରେ ତାଙ୍କ ଅଡୁଆ  ଆହୁରି ବଢିଯାଇଛି । ନିକଟରେ କଙ୍ଗନା  ଆନ୍ଧ୍ରର ମେଟ୍ରୋପଲିଟାନ  ମାଜିଷ୍ଟ୍ରେଟ କୋର୍ଟରେ  ଏକ ପିଟିସନ ଦାଖଲ  କରିଥିଲେ ।  ଶୁଣାଣି ସମୟରେ ତାଙ୍କୁ ହାଜର ହେବାକୁ ସ୍ଥାୟୀ ଛାଡ ଦିଆଯାଉ  ବୋଲି ସେ ଆବେଦନ କରିଥିଲେ । କିନ୍ତୁ କୋର୍ଟ କଙ୍ଗନାଙ୍କ ଏହି ଆବେଦନକୁ ଖାରଜ କରିବା ସହ ତାଙ୍କ ଉପରେ ବର୍ଷିଛନ୍ତି । ଏହି  ଘଟଣାରେ   ସ୍ଥାୟୀ  ଛାଡ  ପାଇଁ  ଅଭିନେତ୍ରୀଙ୍କୁ  ତାଗିଦ କରିଛନ୍ତି । କୋର୍ଟ କହିଛନ୍ତି  ‘ ଅଭିନେତ୍ରୀ ତାଙ୍କ  ବୃତ୍ତିଗତ କାର୍ଯ୍ୟ ହେତୁ  ବ୍ୟସ୍ତ  ଥାଇପାରନ୍ତି,  କିନ୍ତୁ ସେ ଭୁଲନ୍ତୁନି ଯେ ସେ ମଧ୍ୟ ଏହି ମାମଲାରେ ଜଣେ ଅଭିଯୁକ୍ତ’ ।  ମିଡିଆ ରିପୋର୍ଟ ଅନୁସାରେ  କଙ୍ଗନା ମାତ୍ର ଦୁଇଥର କୋର୍ଟରେ ହାଜର ହୋଇଛନ୍ତି ।
                 ସୂଚନାରୁ ପ୍ରକାଶ ଯେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ  କଙ୍ଗନା ଏକ ଇଣ୍ଟରଭ୍ୟୁ ଦେଇଥିଲେ । ଏଥିରେ କଙ୍ଗନା ଜାଭେଦ ଅଖତରଙ୍କୁ ଟାର୍ଗେଟ କରି କହିଥିଲେ କି  ‘ବଲିଉଡର ସୁଇସାଇଡ ଗ୍ୟାଙ୍ଗ ସହ ଜାଭେଦ ଅଖତରଙ୍କ ସଂପର୍କ ରହିଛି, ଯେଉଁମାନେ କି ଆଉଟ ସାଇଡରଙ୍କୁ ଆତ୍ମହତ୍ୟା କରିବାକୁ ଉସ୍‌କାଇଥାଆନ୍ତି’ ।  ଏହି ବୟାନ ପରେ ଜାଭେଦ ତାଙ୍କ ଭାବମୂର୍ତ୍ତି ଖରାପ କରିଥିବା ଅଭିଯୋଗରେ  କଙ୍ଗନାଙ୍କ ବିରୁଦ୍ଧରେ  ମାଜିଷ୍ଟ୍ରେଟ କୋର୍ଟରେ  ମାନହାନୀ ମାମଲା ରୁଜୁ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।