ନୂଆଦିଲ୍ଲୀ (୧୬.୩.୨୩) : ଆସନ୍ତାକାଲି ରିଲିଜ୍ ବହୁ ପ୍ରତୀକ୍ଷିତ କମେଡି କିଙ୍ଗ କପିଲ ଶର୍ମାଙ୍କ ବଲିଉଡ୍ ଫିଲ୍ମ ‘ଜ୍ୱିଗାଟୋ’ । ଫିଲ୍ମକୁ ନେଇ ଦର୍ଶକଙ୍କ ପ୍ରବଳ ଉତ୍ସାହ ରହିଛି । ଫିଲ୍ମ ସହ ଭୁବନେଶ୍ୱର ଓ କଟକର ଖାସ ସମ୍ପର୍କ ରହିଛି । ଭୁବନେଶ୍ୱରରେ ଫିଲ୍ମର ସୁଟିଂ ହୋଇଥିବା ବେଳେ କଟକର କୁନି କଳାକାର ପ୍ରଜ୍ୱଳ ସାହୁଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଆଉ ଏଥିସହ ପ୍ରଜ୍ୱଳ ସାହୁ ବଲିଉଡରେ ଡେବ୍ୟୁ କରିବାକୁ ମଧ୍ୟ ଯାଉଛନ୍ତି । ଫିଲ୍ମରେ କପିଲ ଶର୍ମାଙ୍କ ପୁଅ ଭୂମିକାରେ ନଜର ଆସିବେ ପ୍ରଜ୍ୱଳ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲରରୁ ଜଣାପଡ଼ୁଛି ଯେ ଫିଲ୍ମଟି ସୁନ୍ଦର ଇମୋସନାଲ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । କପିଲ ଶର୍ମାଙ୍କୁ ଜଣେ ଫୁଡ଼ ଡେଲିବରି ବୟର ଭୂମିକାରେ ଦେଖିବାକୁ ମିଳିଛି । କପିଲଙ୍କ ବିପକ୍ଷରେ ଅଭିନେତ୍ରୀ ସାହାନା ଗୋସ୍ୱାମୀ ନଜର ଆସିଛନ୍ତି । କରୋନା ମହାମାରୀ ସମୟରେ ଜଣେ ଫୁଡ଼ ଡେଲିଭରୀ ବୟର କଷ୍ଟ, କିଛି ଅଧିକ ରୋଜଗାର କରିବା ଲକ୍ଷ୍ୟରେ ପରିବାରକୁ ସମୟ ଦେଇ ପାରୁ ନଥିବା ଜଣେ ଅସହାୟ ବାପାର କରୁଣ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘ ଜ୍ୱିଗାଟୋ’ ।ଫିଲ୍ମର ନିର୍ଦ୍ଦେଶନା ଭାର ନନ୍ଦିତା ଦାସ ତୁଲାଇଛନ୍ତି । ପ୍ରଜ୍ୱଳ ସାହୁ, ଜଣାଶୁଣା ଉଦ୍ୟୋଗପତି ଶରତ ସାହୁଙ୍କ ନାତି । ତାଙ୍କ ବାପା ଅରବିନ୍ଦ ସାହୁ ଓ ମା’ ସାଲିନୀ ସାହୁ ମଧ୍ୟ ଓଡ଼ିଶା ବ୍ୟବସାୟ ଜଗତର ଜଣାଶୁଣା ବ୍ୟକ୍ତି । ପୁଅର ଏଭଳି ସଫଳତାରେ ଖୁସି ପ୍ରକାଶ କରିଛି ପୂରା ପରିବାର ।
ଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକସ୍ୱାସ୍ଥ୍ୟପାଇଁ ଉପକାରୀ ଆମ୍ବପତ୍ର