ଜୁଲାଇରେ ରିଲିଜ ହେବ ‘କେଜିଏଫ ୨’

ମୁମ୍ବାଇ, ଫିଲ୍ମ ‘କେଜିଏଫ’ ବଡ ପରଦାରେ କମାଲ କରିବା ପରେ ସିନେ ପ୍ରେମୀଙ୍କଠାରେ ଏହାର ଦ୍ଵିତୀୟ ଭାଗକୁ ନେଇ ଉତ୍ସୁକତା ଦେଖିବାକୁ ମିଳିଛି | ଫିଲ୍ମ କେବେ ରିଲିଜ ହେବ ସମସ୍ତେ ଅନାଇ ବସିଛନ୍ତି | ତେବେ କରୋନା ଯୋଗୁ ଫିଲ୍ମ ସୁଟିଂ ଉପରେ ପ୍ରଭାବ ପଡିଥିଲା | କିନ୍ତୁ ଏବେ ସ୍ତିତି ସ୍ୱାଭାବିକ ହେବ ପରେ ‘କେଜିଏଫ ୨’ ଫିଲ୍ମଟିକୁ ଆସନ୍ତା ଜୁଲାଇ ୧୬ ତାରିଖରେ ରିଲିଜ କରାଯିବା ନେଇ ସୂଚନା ରହିଛି | ଏନେଇ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଗଣମାଧ୍ୟମରେ ସୂଚନା ଦେଇଛନ୍ତି | ତେବେ ୟଶଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା । ଦର୍ଶକ ମାନେ ଫିଲ୍ମକୁ ବହୁତ ପସନ୍ଦ କରିଥିଲେ | ଫିଲ୍ମର ମୁଖ୍ୟ ଚରିତ୍ରରେ ୟଶ,ସଞ୍ଜୟ ଦତ୍ତ, ଶ୍ରୀନିଧି ସେଟ୍ଟି ଓ ରବିନା ଟଣ୍ଡନ ନଜର ଆସିବେ |

Leave A Reply

Your email address will not be published.