You are currently viewing ଦୀର୍ଘଦିନ ପରେ ପରଦାକୁ ଫେରିବେ କିଙ୍ଗ ଖାନ

ଦୀର୍ଘଦିନ ପରେ ପରଦାକୁ ଫେରିବେ କିଙ୍ଗ ଖାନ

ଦୀର୍ଘଦିନ ବଲିଉଡରେ ବ୍ରେକ ପରେ ଏବେ ଫିଲ୍ମ ଜଗତକୁ ଫେରୁଛନ୍ତି କିଙ୍ଗ ଖାନ ଶାହରୁଖ । ଏନେଇ ଶାହରୁଖଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଶାହରୁଖ ଖାନ ଏବେ ନିଜ ଫିଲ୍ମ ‘ପଠାନ’ ପାଇଁ ଚର୍ଚ୍ଚା ରେ ରହିଛନ୍ତି । ଶାହରୁଖ ଖାନ ଏହି ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିସାରିଲେଣି । ଏହା ବଲିଉଡର ହାଇ ବଜେଟ ଫିଲ୍ମ ହେବ । ଦୀର୍ଘଦିନ ପରେ ଶାହରୁଖ ପରଦାକୁ ଆସୁଥିବା ଖବର ଶୁଣି ଫ୍ୟାନ୍ସ ମାନେ ଭାବପ୍ରବଣ ହୋଇଯାଇଛନ୍ତି । ସୂଚନାଯୋଗ୍ୟ ଯେ, ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଏବଂ ଫିଲ୍ମରେ ଜନ୍ ଅବ୍ରାହମ ଓ ଦୀପିକା ପାଦୁକୋନ ମଧ୍ୟ ନଜର ଆସିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।