You are currently viewing ଆର୍‌ଏସ୍‌ଏସ୍‌ରେ ଯୋଗ ଦେବେ କେଆରକେ

ଆର୍‌ଏସ୍‌ଏସ୍‌ରେ ଯୋଗ ଦେବେ କେଆରକେ

ମୁମ୍ବାଇ (୩୦.୯.୨୨) : ପୁଣି ଚର୍ଚ୍ଚାରେ କମାଲ ରସିଦ ଖାନ ଓରଫ କେଆରକେ । ସେ ସବୁବେଳେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରୁହନ୍ତି । ନିଜର ବିବାଦୀୟ ଟ୍ୱିଟକୁ ନେଇ ସେ ଅନେକ ଥର ଫସିଛନ୍ତି । ଏବେ ସେ ପୁଣିଥରେ ଏକ ନୂଆ ଖବରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ଏକ ଟ୍ୱିଟ କରି ନିଜର ଭବିଷ୍ୟତ ଯୋଜପା ବିଷୟରେ କହିଥିଲେ । ଯେଉଁଥି ପାଇଁ ତାଙ୍କୁ ସବୁ ସ୍ଥାନରେ ଆଲୋଚନା କରାଯାଉଛି । ନିକଟରେ କମଲ ସୋସିଆଲ ମିଡିଆରେ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ଟ୍ୱିଟରେ କେଆରକେ ସୂଚନା ଦେିଛନ୍ତି ସେ ଖୁବ୍ ଶୀଘ୍ର ଆର୍‌ଏସ୍‌ଏସ୍‌ରେ ଯୋଗ ଦେବାକୁ ଯାଉଛନ୍ତି । ସେ ଟ୍ୱିଟରେ ସୂଚନା ଦେଇଛନ୍ତି ମୁଁ ନିଶ୍ଚିତ ନାଗପୁରରେ ଆର୍‌ଏସ୍‌ଏସ୍‌ରେ ଯୋଗ ଦେବାକୁ ଯାଉଛି । ଏହି ପୋଷ୍ଟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାକୁ ଲାଗିଛି । ତାଙ୍କର ଏହି ଟ୍ୱିଟ ପରେ ଲୋକଙ୍କ ପ୍ରତିକ୍ରିଆ ଆସିବାରେ ଲାଗିଛି । ତେବେ ତାଙ୍କର ଏହି ପୋଷ୍ଟରେ ଅନେକ ଲୋକ ସମର୍ଥନ କରୁଥିବା ବେଳେ ଅନେକ ଲୋକ ବିରୋଧ ମଧ୍ୟ କରୁଛନ୍ତି । ଏହା ପୂର୍ବରୁ କେଆରକେ ଫିଲ୍ମ ରିଭ୍ୟୁ କରିବା ଛାଡିଦେବେ ବୋଲି ଘୋଷଣା କରିଥିଲେ । ସେ ଟ୍ୱିଟ କରି ସୂଚନା ଦେଇଥିଲେ ‘ବିକ୍ରମ ବେଧା’ ଶେଷ ଫିଲ୍ମ, ଯାହାର ସେ ରିଭ୍ୟୁ କରିବେ । ଏହା ସହିତ ସେ ଆହୁରି ମଧ୍ୟ ଟ୍ୱିଟରେ ଲେଖିôଥିଲେ ମୋ ପାଖରେ ଦୁଇଟି ବିକଳ୍ପ ଅଛି ଗୋଟିଏ ହେଉଛି ମୁମ୍ବାଇ ଛାଡିବା ଏବଂ ଦ୍ୱିତୀୟଟି ହେଉଛି ଫିଲ୍ମ ସମୀକ୍ଷା କରିବା ବନ୍ଦ କରିବା । ତେଣୁ ମୁଁ ଦ୍ୱିତୀୟ ବିକଳ୍ପ ବାଛିଲି ।

ଅନ୍ୟମାନଙ୍କୁ ଜଣାନ୍ତୁ।