You are currently viewing ଏୟାରପୋର୍ଟରେ ରାମଙ୍କୁ ଦେଖି ଭାବପ୍ରବଣ ହେଲେ ଫ୍ୟାନ

ଏୟାରପୋର୍ଟରେ ରାମଙ୍କୁ ଦେଖି ଭାବପ୍ରବଣ ହେଲେ ଫ୍ୟାନ

ମୁମ୍ବାଇ(୧.୧୦.୨୨) : ରାମାୟଣରେ ଭଗବାନ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲଙ୍କୁ ତାଙ୍କ ଫ୍ୟାନ ମାନେ ଏୟାରପୋର୍ଟରେ ଦେଖିଥିଲେ । ନିକଟରେ ଅରୁଣ ଗୋବିଲ ବିଶେଷ ଅତିଥି ଭାବରେ ଶମ୍ଭାଜୀ ନାଗରର ରାମଲୀଲାରେ ପହଞ୍ଚିଥିଲେ । ଏହା ପୂର୍ବରୁ ଅରୁଣ ବିମାନମନ୍ଦରରୁ ବାହାରିବା ମାତ୍ରେ ତାଙ୍କ ଫ୍ୟାନ ତାଙ୍କୁ ସ୍ୱାଗତ କରିଥିଲେ । ଏବେ ବି ଲୋକମାନେ ଅରୁଣଙ୍କ ଭିତରେ ଶ୍ରୀ ରାମଙ୍କ ପ୍ରତିଛବି ଦେଖୁଛନ୍ତି । ବିମାନ ବନ୍ଦର ବାହାରେ ଅପେକ୍ଷା କରିଥିବା ଫ୍ୟାନ ମାନେ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବକୁ ଲଗିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।