You are currently viewing ସରଗରମ କୌଶଳ ପିନ୍ଧିଲେ ମିସେସ୍ ୱାଲ୍ଡ ମୁକୁଟ

ସରଗରମ କୌଶଳ ପିନ୍ଧିଲେ ମିସେସ୍ ୱାଲ୍ଡ ମୁକୁଟ

ମୁମ୍ବାଇ(୧୯.୧୨.୨୨) : ମିସେସ ୱାଲ୍ଡ ମୁକୁଟ ପିନ୍ଧିଲେ ସମଗମ କୌଶଲ । ଲସ ଭେଗସରେ ଚାଲିଥିବା ଗାଲା ଇଭେଣ୍ଟରେ ସେ ଏହି ମୁକୁଟର ଅଧିକାରୀ ହୋଇଛନ୍ତି । ୨୧ ବର୍ଷ ପରେ ଭାରତକୁ ମିଳିଛି ଏହି ଟାଇଟଲ । ୬୩ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସେସ୍‌ ଓ୍ଵାଲ୍ଡ ହୋଇଛନ୍ତି ସରଗମ । ତାଙ୍କ ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ କରି ସେ ଲେଖିଛନ୍ତି ‘ଲମ୍ବା ଅପେକ୍ଷାର ଅନ୍ତ, ୨୧ ବର୍ଷ ପରେ ଆମେ ମୁକୁଟ ଫେରି ପାଇଛୁ’ । ମୁକୁଟ ପିନ୍ଧିବା ପରେ ତାଙ୍କୁ କାନ୍ଦୁ ଥିବାର ଦେଖିବାକୁ ମିଳିଥିଲା । ଏକ ଭିଡିଓ ସେୟାର କରି ସେ କିପରି ଏତେବାଟ ପହଁଚିଲେ କହିଛନ୍ତି ସରଗମ । ସରଗମ ଜମ୍ମୁ ଓ କାଶ୍ମୀରର ବାସିନ୍ଦା । ସେ ଇଂରାଜି ସାହିତ୍ୟରେ ସ୍ନାତକତ୍ତର ହାସଲ କରିଛନ୍ତି । ଏହା ପୂର୍ବରୁ ଭାଇଜାକରେ ସେ ଶିକ୍ଷୟତ୍ରୀ ଭାବେ କାମ କରୁଥିବା ବେଳେ ତାଙ୍କ ସ୍ୱାମୀ ଭାରତୀୟ ନୌସେନାରେ କାର୍ଯ୍ୟରତ ଅଛନ୍ତି । ମିସେସ୍‌ ଓ୍ଵାଲ୍ଡ ହେଉଛି ବିବାହିତ ମହିଳାଙ୍କ ପାଇଁ ପ୍ରଥମ ସୁନ୍ଦରୀ ପ୍ରତିଯୋଗୀତା । ୧୯୮୪ରୁ ଆରମ୍ଭ ହୋଇଥିଲେ ସୁଦ୍ଧା ୧୯୮୮ରେ ମିସେସ୍‌ ଓ୍ଵାଲ୍ଡ ଭାବେ ନାମିତ ହୋଇଥିଲା । ଏହି ପ୍ରତିଯୋଗୀତାକୁ ୮୦ଟି ଦେଶରୁ ପ୍ରତିଯୋଗୀ ଭାଗ ନେଇଥାନ୍ତି । ଭାରତର ଡ. ଅଦିତି ଗୋବିତ୍ରିକର ୨୦୦୧ରେ ଏହି ମୁକୁଟ ପିନ୍ଧିଥିଲେ । ଏବେ ସେ ମିସେସ୍‌ ଇଣ୍ଡିଆର ବିଚାରକ ଭାବେ କାମ କରୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।