You are currently viewing ପୁଣିଥରେ ନଜର ଆସିବେ ‘ସଲ୍‌କ୍ୟାଟ’

ପୁଣିଥରେ ନଜର ଆସିବେ ‘ସଲ୍‌କ୍ୟାଟ’

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଯୋଡିକୁ ସମସ୍ତେ ପସନ୍ଦ କରିଥାନ୍ତି । ଏକ୍ ଥା ଟାଇଗର, ଟାଇଗର ଜିନ୍ଦା ହେ, ଏବଂ ଭାରତ ଭଳି ହିଟ ଫିଲ୍ମ ଦେବାପରେ ଏବେ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିବ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଯୋଡିକୁ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଲମାନ ଏବଂ କ୍ୟାଟ୍ରିନା ଟାଇଗର ଫିଲ୍ମର ସିକ୍ୱେଲ ‘ଟାଇଗର-୩’ ର ସୁଟିଂ ବହୁତ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ।

ତେବେ ଟାଇଗର୍-୩ର ପ୍ରଥମ ଭାଗର ସୁଟିଂ ମୁମ୍ବାଇରେ ମାର୍ଚ୍ଚ ମାସରୁ ଆରମ୍ଭ ହେବ। ଏହା ପରେ ଏହାର ଦ୍ବିତୀୟ ଭାଗ ପୂର୍ବ କେନ୍ଦ୍ରୀୟ ଦେଶଗୁଡ଼ିକରେ ସୁଟିଂ ହେବ ଏବଂ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ସୁଟିଂ ମୁମ୍ବାଇରେ ଶେଷ ହେବ। ତେବେ ଚଳଚ୍ଚିତ୍ରର ନାମ ଟାଇଗର-୩ ରହିବ, ଏକଥାର କୌଣସି ନିଶ୍ଚିତତା ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।