You are currently viewing ରିଆଲିଟି ସୋ’କୁ କପି କଲା ପାକିସ୍ତାନ

ରିଆଲିଟି ସୋ’କୁ କପି କଲା ପାକିସ୍ତାନ

ମୁମ୍ବାଇ (୧୨.୧୦.୨୨) : ପାକିସ୍ତାନୀ ସିରିଏଲର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାକିସ୍ତାନ ନିଜର ଏକ ନୂଆ ରିଆଲିଟି ସୋ’ ଆରମ୍ଭ କରିବାକୁ ଯାଉଛି । ଫିଲ୍ମ ପରେ ଏବେ ପୁଣି ରିଆଲିଟି ସୋ’କୁ ମଧ୍ୟ କପି କରିବା ପାଇଁ ଆରମ୍ଭ କରିଛି ।

ପ୍ରସିଦ୍ଧ କ୍ରିକେଟର ତଥା ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବ ମଲ୍ଲିକ ପାକିସ୍ତାନର ଏହି ଷ୍ଟଣ୍ଟ ରିଆଲିଟି ସୋ’କୁ ହୋଷ୍ଟ କରିବେ। ଅକ୍ଟୋବର ୧୫ ରୁ ଏହି ସୋ’ ଆରମ୍ଭ ହେବ । ପାକିସ୍ତାନର ମନୋରଞ୍ଜନ ଏବଂ କ୍ରିକେଟ୍ ଜଗତର ୧୪ ଜଣ ସେଲିବ୍ରିଟି ଏହି ସୋ’ରେ ଅଂଶଗ୍ରହଣ କରିବେ ।ଏନେଇ ଶୋ’ର ସମସ୍ତ ତଥ୍ୟ ବାଣ୍ଟି ଏହାର ପ୍ରତିଯୋଗୀ ମରିୟମ ନଫିସ୍‌ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ଆମେ ଜୁନ୍ ଏବଂ ଜୁଲାଇରେ ଥାଇଲ୍ୟାଣ୍ଡରେ ଦି ଅଲ୍ଟିମେଟ୍ ମୁକାଟ୍ ଶୁଟ୍ କରିଛୁ।

ଶୋଏବ ମଲିକ ଏହି ସୋ’ର ଆୟୋଜନ କରୁଛନ୍ତି। ଏହା ସହିତ ସେ ଏହି ଶୋ’ରେ ଯୋଗ ଦେଇଥିବା ପ୍ରତିଯୋଗୀଙ୍କ ନାମ ମଧ୍ୟ କହିଥିଲେ। ସେ କହିଛନ୍ତି ଯେ ଅଲ୍ଟିମେଟ ମୁକାବଲ ପାକିସ୍ତାନୀ ରିଅଲିଟି ସୋ ମ୍ୟାଡଭେଚର୍ସର ଏକ ନୂତନ ଭର୍ସନ। ହେଲେ ବର୍ତ୍ତମାନ ଏହି ସୋ’କୁ ଏକ ହାଇ ଲେବଲକୁ ନିଆଯାଇଛି। କୁହାଯାଉଛି କି ପାକିସ୍ତାନର ଏହି ସୋ’ ସବୁଠୁ ବଡ ରିଆଲିଟି ସୋ ଭାବରେ ପରିଗଣିତ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।