ଇସିର ନ୍ୟାସନାଲ ଆକଇକନ ହେବେ ପଙ୍କଜ ତ୍ରିପାଠୀ

ନୂଆଦିଲ୍ଲୀ (୪.୧୦.୨୨) : ଇସିର ନ୍ୟାସନାଲ ଆଇକନ ହେବେ ଅଭିନେତା ପଙ୍କଜ ତ୍ରିପାଠୀ । ପଙ୍କଜଙ୍କୁ ନିଜର ଜାତୀୟ ଆଇକନ କରିବାକୁ ନିଷ୍ପତି ନେଇଛନ୍ତି ନିର୍ବାଚନ ଆୟୋଗ । ଏନେଇ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର । ଭୋଟ୍‌ ପ୍ରତିଶତ ବୃଦ୍ଧି ଏବଂ ଶତପ୍ରତିଶତ ଭୋଟ୍‌ ପାଇଁ ପ୍ରଚାର କରିବାକୁ ଜାତୀୟ ଆଇକନ୍‌ କିମ୍ବା ବ୍ରାଣ୍ଡ ଆମ୍ବାସାଡର ଭାବରେ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କୁ ବାଛିଥାନ୍ତି ନିର୍ବାଚନ ଆୟୋଗ ।୨୦୧୪ରେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଟିମ୍‌ ଇଣ୍ଡିଆ ବ୍ୟାଟର ଚେତେଶ୍ୱର ପୂଜାରାଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିଥିଲେ ନିର୍ବାଚନ ଆୟୋଗ । ଏହା ପରେ ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ ବ୍ରାଣ୍ଡ ଆମ୍ବାସାଡର କରିଥିଲେ । ଏଥର ଜାତୀୟ ଆଇକନ୍‌ ହୋଇଛନ୍ତି ଅଭିନେତା ପଙ୍କଜ ତ୍ରିପାଠୀ ।  

Leave A Reply

Your email address will not be published.

14 + five =