ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କହିଲେ,‘ମାଇଁ ଲିଟିଲ୍ ବିଗ୍ ବୟ’ । କିଏ ସେ…

କରୋନା ଭାଇରସ୍ ସମଗ୍ର ବିଶ୍ୱରେ ହାହାକାର ସୃଷ୍ଟି କରିଥିବା ବେଳେ ଭାରତରେ ଏହାର ପ୍ରଭାବ ବେଶ୍ ଦେଖିବାକୁ ମିଳିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ସମୟରେ ବଲିଉଡ୍‌ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ପରିବାର ସହ ସମୟ ଅତିବାହିତ କରୁଛନ୍ତି ।

ସେହିପରି ବଲିଉଡ୍ ର ଚର୍ଚ୍ଚିତ ଅଭିନେତ୍ରୀ ସ୍ୱାମୀ ନିକ୍ ଜୋନସ୍‌ଙ୍କ ସହ ନିଉୟର୍କରେ ସମୟ ଅତିବାହିତ କରୁଛନ୍ତି । ସେ ସ୍ୱାମୀଙ୍କ ସହ ଭଲ ସମୟ ବିତାଇବା ସହ ତାଙ୍କ ପୋଷା କୁକୁର ସହ ମଧ୍ୟ ବହୁତ ମଜା କରୁଛନ୍ତି । ସେ ତାଙ୍କ ପୋଷା କୁକୁର ଗିନୋ ସହ ସେଲଫି ନେଈ ଫଟୋକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । କ୍ୟାପସନ୍‌ରେ ଲେଖିଛନ୍ତି ଯେ, “ମାଈଁ ଲିଟିଲ୍ ବିଗ୍ ବୟ”

Leave A Reply

Your email address will not be published.