ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ରାକ୍ଷୀ ସାୱନ୍ତ

ମୁମ୍ବାଇ(27.4.23): ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ବିଭିନ୍ନ କାରଣରୁ ହେଡଲାଇନ୍ ରେ ରହିଥାନ୍ତି। ନିକଟରେ ମୁମ୍ବାଇର ଏକ ଇଭେଣ୍ଟରେ ଏହି ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା। ଯେଉଁଠାରେ ସେ ଏକ ବାର୍ତ୍ତାଳାପ ସମୟରେ କହିଥିଲେ ଯେ ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ପାଇଥିବା ଧମକ ପରେ, ଜୀବନ ପ୍ରତି ବିପଦ ଦର୍ଶାଇ ଖୁବ ଶୀଘ୍ର ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜେଡ୍ ସୁରକ୍ଷା ଦେବା ପାଇଁ ଭେଟିବେ।ରାକ୍ଷୀ କହିଛନ୍ତି ତାଙ୍କୁ ଜେଡ୍ ସୁରକ୍ଷା ଦେବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଭେଟିବା ସହିତ ରାଜନାଥଜୀଙ୍କୁ ମଧ୍ଯ ଭେଟିବେ। ଯଦି ସେ କଙ୍ଗନା ରାଣାୱତଙ୍କୁ ଜେଡ୍ ସୁରକ୍ଷା ଦେଇପାରିବେ, ସେ ମୋତେ କାହିଁକି ଦେଇ ପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି? କଙ୍ଗନାଙ୍କୁ କୌଣସି ଧମକ ମଧ୍ୟ ମିଳି ନଥିଲା। ହେଲେ ତାଙ୍କୁ ମିଳିଛି। ଯାହାର ପ୍ରମାଣ ବି ତାଙ୍କ ପାଖରେ ଥିବା କଥା ସେ କହିଛନ୍ତି।ଗତ ଏପ୍ରିଲ ୧୯ରେ ବିଷ୍ଣୋଇ ଗ୍ୟାଙ୍ଗ ଉଭୟ ସଲମାନ ଓ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ହତ୍ୟା ଧମକ ଦେଇଥିଲା। ଏହି ଗ୍ୟାଙ୍ଗ ମୁମ୍ବାଇରେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇ ରାକ୍ଷୀଙ୍କୁ ଏଥିରେ ମୁଣ୍ଡ ନଖେଳାଇବାକୁ କହିଥିଲା। ଏହି ମାମଲାରେ ହସ୍ତକ୍ଷପ କଲେ କିମ୍ବା କିଛି କହିଲେ ଏହାର ପରିଣାମ ରାକ୍ଷୀଙ୍କୁ ଭୋଗିବାକୁ ପଡ଼ିବ ବୋଲି ବିଷ୍ଣୋଇ ଗ୍ୟାଙ୍ଗ ଧମକ ଦେଇଥିଲା।

Leave A Reply

Your email address will not be published.