ଦୀପିକାଙ୍କ ଫିଲ୍ମରେ ଗାଇବେ ଗୀତ ରାନୁ ମଣ୍ଡଳ

ରାନୁ ମଣ୍ଡଳ କିଛି ଦିନ ତଳେ ନିଜ ଫ୍ୟାନଙ୍କ ସହ ଖରାପ ବ୍ୟବହାରକୁ ନେଇ ଚର୍ଚ୍ଚାରେ ରହିଥିଲେ । ଏବେ ରାନୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସେ ଅଭିନେତ୍ରୀ ଦୀପିକା ଚିଖଲିଆ ଟୋପିୱାଲାଙ୍କ ଅପକମିଙ୍ଗ ଫିଲ୍ମ ‘ସରୋଜିନୀ’ ରେ ଖୁବ ଶୀଘ୍ର ନିଜର କଣ୍ଠ ଦାନ କରିବାକୁ ଯାଉଛନ୍ତି । ରାନୁ ମଣ୍ଡଳ ଏହି ଫିଲ୍ମରେ ସମସ୍ତ ଗୀତ ଗାଇବେ ଏ ନେଇ ଦୀପିକା ଚିଖଲିଆ ଟୋପିୱାଲା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଜଣାଇଛନ୍ତି । ଏହି ଫିଲ୍ମଟି ସରୋଜିନୀ ନାଇଡୁଙ୍କ ଉପରେ ଆଧାରିତ । ରାନୁ ମଣ୍ଡଳ ନିଜ କ୍ୟାରିୟରର ଆରମ୍ଭ ହିମେଶ ରେଶମିୟାଙ୍କ ସହ ଆରମ୍ଭ କରିଥିଲେ ।

Leave A Reply

Your email address will not be published.