You are currently viewing ବିବାହ ବନ୍ଧନରେ ବାନ୍ଧି ହେଲେ ରଣବୀର-ଆଲିଆ, ଦେଖନ୍ତୁ ଭିଡ଼ିଓ

ବିବାହ ବନ୍ଧନରେ ବାନ୍ଧି ହେଲେ ରଣବୀର-ଆଲିଆ, ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ ୧୫/୦୪ ବଲିଉଡର  ବହୁ ପ୍ରତିକ୍ଷିତ ବିବାହ ଶେଷରେ ସମାପ୍ତ ହୋଇଛି । ଶେଷରେ ରଣବୀର କପୁର ଓ ଆଲିଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରଣବୀର କପୁର  ଓ ଆଲିଆଙ୍କ  ଫ୍ୟାନମାନେ ଯେଉଁ ମୁହୁର୍ତ୍ତକୁ  ଅପେକ୍ଷା କରିଥିଲେ  ତାହା ପୂରଣ ହୋଇଛି । ସୋସିଆଲ ମିଡିଆରେ ରଣବୋଲିୟାଙ୍କ ବିବାହର ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।  ଏହି ଫଟୋ ଏବଂ ଭିଡିଓକୁ ଫ୍ୟାନମାନେ ଖୁବ ପସନ୍ଦ କରିଛନ୍ତି ।  ଫଟୋ ସହ ରଣବୀର ଏବଂ ଆଲିଆଙ୍କ ସହ ଜଡିତ ଆହୁରି ଅନେକ କଥା ସାମ୍ନାକୁ ଆସୁଛି ।

ଆଲିଆଙ୍କ ଭାଇ ରାହୁଲ ଭଟ୍ଟଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ  ଆଲିଆ ନିଜ ବିବାହରେ ସାତଥର ନୁହେଁ ବରଂ ଚାରି ଥର ଫେରେ ନେଇଛନ୍ତି । ରଣବୀର ଏବଂ ଆଲିଆଙ୍କ ବିବାହକୁ ଜଣେ ବିଶେଷ ପଣ୍ଡିତ କରାଇଥିଲେ । ଯିଏକି ଦୀର୍ଘ ଦିନ ଧରି କପୁର ବଂଶ ସହ ଜଡିତ ଅଛନ୍ତି । ପ୍ରତିଟି ଫେରେର ରମହତ୍ତ୍ୱ ବିଷୟରେ ପଣ୍ଡିତ ବୁଝାଇଥିଲେ । ରଣବୀର ଏବଂ ଆଲିଆଙ୍କ ବିବାହ ପରେ ସମସ୍ତେ ତାଙ୍କ ରିସେପ୍ସନ ପାର୍ଟିର ଅପେକ୍ଷା କରିଛନ୍ତି । ପୁର୍ବରୁ ମିଳିଥିବା ଖବର ଅନୁସାରେ ଏହି କପଲ ୧୬ ଏପ୍ରିଲକୁ ଇଣ୍ଡଷ୍ଟ୍ରିର ବନ୍ଧୁମାନଙ୍କୁ ଦେବା ସହ ୧୭ ତାରିଖରେ  ଏକ ଗ୍ରାଣ୍ଡ ରିସେପ୍ସନର ଆୟୋଜନ କରିଛନ୍ତି । କିନ୍ତୁ ଅନ୍ୟପଟେ ଶୁଣିବାକୁ ମିଳୁଛି କି ରଣବୀରଙ୍କ ମା’ ନିତୁ ସିଂ  ମିଡିଆ ଆଗରେ କୌଣସି ରିସେପ୍ସନ ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।