ମୁମ୍ବାଇ୦୬/୦୪, ବଲିଉଡ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟ ଏବେ ନିଜ ବିବାହକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି। ଶୁଣିବାକୁ ମିଳୁଛି ଏହି ଯୋଡି ଚଳିତ ମାସ ଅପ୍ରେଲରେ ହିଁ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଖବର ଅନୁଯାୟୀ ବିବାହ ପୂର୍ବରୁ ରଣବୀର କପୁର ଏକ ବ୍ୟାଚଲର ପାର୍ଟି ମଧ୍ୟ ଦେବାକୁ ଯାଉଛନ୍ତି । ଏନେଇ ପ୍ରି-ୱେଡିଙ୍ଗ ଫଟୋସୁଟ ଏବଂ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ହୋଇସାରିଛି ।

ଏହି ପାର୍ଟିରେ ଆର୍ୟ୍ୟନ ମୁଖାର୍ଜୀ, ଅର୍ଜୁନ କପୁର ଏବଂ ଆଦିତ୍ୟରାୟ କପୁର ସାମିଲ ହେବାର ସୂଚନା ରହିଛି । ଏକ ବିଶେଷ ସୂତ୍ରରୁ ଜଣାପଡିଛିକି ଏହି ଯୋଡି ଅପ୍ରେଲ ୧୩ରୁ ୧୭ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଏହି ବିବାହରେ ବନ୍ଧୁ ଓ ପଲପରିବାର ଛଡା ଇଣ୍ଡଷ୍ଟ୍ରିର ସେଲିବ୍ରେଟି ମାନେ ମଧ୍ୟ ଯୋଗ ଦେବେ ।
ଅନ୍ୟପଟେ ବିବାହ ଆଉଟଫିଟ ପାଇଁ ମୈଶୁର ଡିଜାଇନର ମନୀଷ ମାଲହୋତ୍ରା ଏବଂ ସବ୍ୟସାଚୀ ମୁଖାର୍ଜୀ ଆଲିଆଙ୍କ ପୋଷାକ ତିଆରି କରୁଥିବା ବେଳେ ରଣବୀର କପୁର ତାଙ୍କ ପୋଷାକର ଦାୟିତ୍ୱ ନିଜ ଡିଜାଇନର ସମିଧା ବାଂଗନୁଙ୍କୁ ଦେଇଛନ୍ତି ।