ନୂଆଦିଲ୍ଲୀ (୧୩.୩.୨୩) : ଓସ୍କାଲ ଆୱାର୍ଡ ୨୦୨୩ରେ ଏଥର କମାଲ କରିଛି ଭାରତୀୟ ଫିଲ୍ମ । ୯୫ ତମ ଓସ୍କାର ଆୱାର୍ଡରେ ଦୁଇ ଦୁଇଟି ବିଭାଗରେ ଭାରତୀୟ ଫିଲ୍ମ ବାଜିମାରି ନେବା ସିନେମା ପ୍ରେମୀଙ୍କୁ ଉତ୍ସାହିତ କରିଛି । ବହୁ ଚର୍ଚ୍ଚିତ ଫିଲ୍ମ ‘ଆରଆରଆର’ର ଗୀତ ନାଟୁ ନାଟୁ ଓସ୍କାର ପୁରସ୍କାର ପାଇଛି । ବେଷ୍ଟ ଅରଜିନାଲ ସଙ୍ଗ କ୍ୟାଟାଗୋରୀରେ ନାଟୁ ନାଟୁ ଗୀତ ଓସ୍କାର ପୁରସ୍କାର ବିଜୟୀ ହୋଇଛି । ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତା ରାମଚରଣ ତେଜା ଓ ଜୁନିୟର ଏନଟିଆର ଅଭିନୟ କରିଛନ୍ତି । ନିର୍ଦ୍ଦେଶକ ରାଜାମୌଲିଙ୍କ ଫିଲ୍ମ ଆରଆରଆରକୁ ବେଷ୍ଟ ଅରଜିନାଲ ସଙ୍ଗ କାଟାଗୋରୀରେ ମନୋନୀତ କରାଯାଇଥିଲା । ଏହି ବର୍ଗରେ ପ୍ରଥମ ଥର ପାଇଁ ଓସ୍କାର ଜିଣି ନାଟୁ ନାଟୁ ଭାରତକୁ ଗର୍ବିତ କରିଛି । ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶକ ଏମଏମ କରୀମ ହୋଇଥିବା ବେଳେ କୋରିଓଗ୍ରାଫର ଥିଲେ ପ୍ରେମ ରକ୍ଷିତ । ଗୀତ ରଚନା କରିଛନ୍ତି ରିୟା ମୁଖାର୍ଜୀ ଓ ଗୀତଟିକୁ ଗାଇଛନ୍ତି ବିଶାଳ ମିଶ୍ର ଓ ରାହୁଲ ଶିପଲିଗୁଞ୍ଜ । ସେପଟେ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ଭାରତୀୟ ଫିଲ୍ମ ଦ ଏଲିଂଫାଟ ହ୍ୱିସପରର୍ସ ଓସ୍କାର ବିଜୟୀ ହୋଇଛି । ପ୍ରଡ୍ୟୁସର ଗୁନୀତ ମୁଙ୍ଗାଙ୍କ ଏହି ଫିଲ୍ମକୁ ଦର୍ଶକ ବେଶ ପ୍ରଶଂସା କରିଛନ୍ତି ।
ଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକସ୍ୱାସ୍ଥ୍ୟପାଇଁ ଉପକାରୀ ଆମ୍ବପତ୍ର