You are currently viewing ସାଇନାଙ୍କ ବାୟୋପିକରେ ନଜର ଆସିବେ ପରିଣିତୀ

ସାଇନାଙ୍କ ବାୟୋପିକରେ ନଜର ଆସିବେ ପରିଣିତୀ

ପରଦାରେ ଦେଖିବାକୁ ମିଳିବ । ଚଳଚ୍ଚିତ୍ରରେ ପରିଣିତୀ ତାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ଏହାକୁ ନେଇ ସାଇନା ନେହୱାଲ ଏହି ଫିଲ୍ମର ଏକ ଲୁକ୍‌କୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ସମ୍ପୂର୍ଣ୍ଣ ଭାବେ ସାଇନାଙ୍କ ଭଳି ଦେଖାଯିବା ପାଇଁ ଉଦ୍ୟମ କରିଛନ୍ତି ଏବଂ ପରିଣିତୀ ସଂପୂର୍ଣ୍ଣ ଭାବେ ସାଇନା ନେହୱାଲଙ୍କ ଭଳି ଦେଖାଯାଉଛନ୍ତି । ପରିଣିତୀଙ୍କ ଏହି ଲୁକକୁ ପ୍ରଶଂସା କରିବାକୁ ଯାଇ ଟ୍ବିଟର୍ରେ ସେୟାର କରି ସାଇନା ‘ଲୁକ୍ଆଲାଇକ୍’ ବୋଲି କ୍ୟାପ୍ସନ୍ ଦେଇଛନ୍ତି।
ଗତବର୍ଷଠାରୁ ପରିଣିତୀ ଏହି ବାୟୋପିକ୍ ସୁଟିଂରେ ଲାଗିଛନ୍ତି। ଚଳଚ୍ଚିତ୍ର ନିର୍ଦ୍ଦେଶକ ଅମୋଲ ଗୁପ୍ତେ ଓ ତାଙ୍କ ଟିମ୍ କହିଛନ୍ତି, ସାଇନାଙ୍କ ଚରିତ୍ର ପାଇଁ ପରିଣିତୀଙ୍କୁ ପ୍ରଶିକ୍ଷିତ କରିବା ଲାଗି ଏକ ଫିଜିଓ ଟିମ୍ ସହ ବିଶ୍ବସ୍ତରୀୟ ଖେଳାଳି ଦଳ ତାଙ୍କୁ ତାଲିମ୍ ଦେଉଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।