ସଲମାନଙ୍କୁ ଛୁଇଁପାରିଲାନି କରୋନା

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଡ୍ରାଇଭର ଏବଂ ଦୁଇଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସଲମାନ ଖାନ ଆଇସୋଲେଶନରେ ରହିଥିଲେ । ତାଙ୍କର ଚାଲୁଥିବା ଫିଲ୍ମ ଏବଂ ଶୋର ସୁଟିଂକୁ ନେଇ ପ୍ରଶ୍ନବାଚୀ ଉଠିଥିଲା ଯେ, ସଲମାନ ଖାନ ସୁଟିଂ କରିପାରିବେ କି ନାହିଁ ? ତେବେ ଆପଣ ଜାଣି ଖୁସି ହେବେ ଯେ, ସଲମାନ ଖାନ ଏବଂ ତାଙ୍କ ପରିବାରର କରୋନା ରିପୋର୍ଟ ନେଗେଟିଭ ଆସିଛି । ଖବର ଥିଲା କି ସଲ୍ମାନ୍ ନିଜକୁ ୧ ସପ୍ତାହ ପର୍ଯ୍ୟନ୍ତ ସଙ୍ଗରୋଧରେ ରଖିବେ। କିନ୍ତୁ ରିପୋର୍ଟ ନେଗେଟିଭ୍ ଆସିଥିବାରୁ ସେ ଏବେ ବିଗ୍ ବସ୍ ସୁଟିଂକୁ ଫେରିବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.