ଜନ୍ମଦିନରେ ଅନୁରୋଧ କଲେ ସଲମାନ

ମୁମ୍ବାଇ: ଆଜି ହେଉଛି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଜନ୍ମଦିବସ । ୫୫ ବର୍ଷରେ ପାଦ ରଖିଛନ୍ତି ଭାଇଜାନ । ସଲମାନଙ୍କ ଜନ୍ମ ଦିନକୁ ତାଙ୍କ ଫ୍ୟାନ୍ସ ମାନେ ବହୁ ଉତ୍ସାହର ସହ ପ୍ରତିକ୍ଷା କରିଥାନ୍ତି । ନିଜ ଜନ୍ମଦିନକୁ ବହୁ ଧୁମଧାମର ସହ ପାଳନ କରିଥାନ୍ତି ଭାଇଜାନ । ପ୍ରତିବର୍ଷ ସଲମାନ ବାହାରକୁ ଆସି ଫ୍ୟାନ୍ସମାନଙ୍କ ସହ ଦେଖା କରିଥାନ୍ତି କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ କାରଣରୁ ସଲମାନ ଖାନ ଘର ବାହାରେ ଫ୍ୟାନ୍ସମାନଙ୍କୁ ଭିଡ ଜମେଇବାକୁ ମନା କରିଛନ୍ତି ।ସଲମାନ ଖାନଙ୍କ ଘର ବାହାରେ ଲାଗିଥିବା ପ୍ରଦର୍ଶିତ ବିଜ୍ଞପ୍ତିରେ କହିଛନ୍ତି ଯେ, ମୋର ଜନ୍ମଦିନରେ ମୋର ପ୍ରଶଂସକଙ୍କ ସ୍ନେହ ଏବଂ ଶ୍ରଦ୍ଧା ମୋ ଜନ୍ମଦିନରେ ଅତ୍ୟଧିକ ମାତ୍ରାରେ ରହିଛି କିନ୍ତୁ ଚଳିତ ବର୍ଷ କୋଭିଡ ମହାମାରୀ ଏବଂ ସାମାଜିକ ଦୂରତା ନିୟମକୁ ଧ୍ୟାନରେ ରଖି ମୋ ଘର ବାହାରେ ଭିଡ଼ ନକରିବା ମୋର ନମ୍ର ଅନୁରୋଧ ।

Leave A Reply

Your email address will not be published.