You are currently viewing ‘କେଜିଏଫ ୨’ ପାଇଁ ପ୍ରସ୍ତୁତ ସଂଜୟ ଦତ୍ତ

‘କେଜିଏଫ ୨’ ପାଇଁ ପ୍ରସ୍ତୁତ ସଂଜୟ ଦତ୍ତ

କିଛି ଦିନ ପୂର୍ବେ ଜଣାପଡିଥିଲା ଯେ, ବଲିଉଡ ଅଭିନେତା ସଂଜୟ ଦତ୍ତ କ୍ୟାନସର ରୋଗରେ ପିଡୀତ ହୋଇ ଚିକିତ୍ସା ପାଇଁ ଦୁବାଇ ଯାଇଥିଲେ । କିନ୍ତୁ ଏବେ ସେ କାମକୁ ଫେରିଆସିଛନ୍ତି । ସେ ନିଜର ଆଗାମୀ ଫିଲ୍ମ ‘କେଜିଏଫ ୨’ ର ସୁଟିଂ ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି । ସେ ଏହି ଫିଲ୍ମରେ ଭିଲିଆନ ‘ଅଧିରା’ ର ରୋଲରେ ନଜର ଆସିବେ । ସଂଜୟ ସୋସିଆଲ ମିଡିଆରେ ବହୁତ ଫଟୋ ସେୟାର କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି । ଏହି ଫିଲ୍ମଟି ଲକଡାଉନ କାରଣରୁ ସ୍ଥଗିତ ରହିଥିଲା । କିନ୍ତୁ ଏବେ ଲକଡାଉନରେ କୋହଳ ଯୋଗୁଁ ଏହି ଫିଲ୍ମର ସୁଟିଂ ପୁଣି ଥରେ ଆରମ୍ଭ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।