ସୋନୁ ସୁଦଙ୍କ ନୂଆ ଫିଲ୍ମ ‘କିଷାନ’

କରୋନା ମହାମାରୀ କବଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସୋନୁ ସୁଦ ସେମାନଙ୍କୁ ନିଃସ୍ୱାର୍ଥପର ଭାବେ ସାହାଯ୍ୟ କରି ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ସୋନୁ ସୁଦ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ଏଥର ସେ ନିଜର ରିଲ ଲାଇଫକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ବର୍ତ୍ତମାନ ଚାଲୁଥିବା କୃଷକ ଆନ୍ଦୋଳନକୁ ନେଇ ଫିଲ୍ମ କରିବାକୁ ଯାଉଛନ୍ତି ସୋନୁ ସୁଦ୍‌ । ଫିଲ୍ମଟିର ନାମ ହେଉଛି ‘କିଷାନ୍‌’ । ଫିଲ୍ମର ନିର୍ଦ୍ଦେଶନା ଦେବେ ଇ. ନିୱାସ । ଏନେଇ ନିଜ ଟୁଇଟର ଆକାଉଣ୍ଟରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ତରନ୍‌ ଆଦର୍ଶ । ବିଗ ବି ଅମିତାଭ ବଚ୍ଚନ ମଧ୍ୟ ଟୁଇଟ କରି ସୋନୁ ସୁଦ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.