You are currently viewing ସନ୍ନିଙ୍କୁ କରୋନା

ସନ୍ନିଙ୍କୁ କରୋନା

ଫିଲ୍ମ ଅଭିନେତା ସନ୍ନି ଦେଓଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ଅଭିନେତା ତଥା ସାଂସଦ ସନ୍ନି ଦେଓଲ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରି ନିଜ ଫ୍ୟାନ୍ସ ଏବଂ ବନ୍ଧୁଙ୍କୁ ଜଣାଇଛନ୍ତି । ତାଙ୍କ ସଂପର୍କରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ଅନୁରୋଧ କରିଛନ୍ତି ଅଭିନେତା । ଗତ କିଛି ଦିନ ହେବ ସନ୍ନି ଦେଓଲ କୁଲ୍ଲୁରେ ରହୁଥିଲେ । ସୂଚନା ଅନୁସାରେ ସନ୍ନି ତାଙ୍କ ସାଙ୍ଗମାନଙ୍କ ସହିତ ମୁମ୍ୱାଇ ଫେରିବାକୁ ଯୋଜନା କରିଥିଲେ। ହେଲେ ମୁମ୍ବାଇ ଆସିବା ପୂର୍ବରୁ ସନ୍ନିଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ସନ୍ନି ଏବେ କ୍ୱାରେଣ୍ଟାଇନରେ ଅଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।