ମୁମ୍ବାଇ (୧୩.୩.୨୩) : ବଲିଉଡ ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢିବାରେ ଲାଗିଛି । ସତୀଶଙ୍କ ମୃତ୍ୟୁ ପରେ ତାଙ୍କ ସାଙ୍ଗ ବିକାଶ ମାଲୁ ଓ ତାଙ୍କ ଫାର୍ମ ହାଉସ ସନ୍ଦେହ ଘେରକୁ ଆସିଯାଇଛି । ଏପରି ସମୟରେ ବିକାଶ ମାଲୁଙ୍କ ପତ୍ନୀ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି । ବିକାଶଙ୍କ ଦ୍ୱିତୀୟ ପତ୍ନୀ କହିଛନ୍ତି ସତୀଶ କୌଶିକ ଓ ତାଙ୍କ ସ୍ୱାମୀ ବିକାଶଙ୍କ ବ୍ୟବସାୟିକ ସଂପର୍କ ହୋଇଥିଲା ଓ ଟଙ୍କାକୁ ନେଇ ବିବାଦ ରହିଥିଲା । ସତୀଶ କୌଶିକଙ୍କ ଠାରୁ ବିକାଶ ଆଣିଥିବା ୧୫ କୋଟି ଟଙ୍କା ଫେରାଇବାକୁ ଚାହୁଁନଥିଲେ । ସତୀଶ ଟଙ୍କା ମାଗିବାରୁ ୨୦୨୨ ଅଗଷ୍ଟର ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହା ପରେ ସତୀଶଙ୍କୁ ରାସ୍ତାରୁ ହଟାଇବା ପାଇଁ ବ୍ଲୁ ପିଲ ଓ ରୁଷୀୟ ଝିଅଙ୍କୁ ବ୍ୟବହାର କରିବାକୁ ବିକାଶ ଯୋଜନା କରିଥିଲା ବୋଲି କହିଛନ୍ତି ତାଙ୍କ ଦ୍ୱିତୀୟ ପତ୍ନୀ । ତେଣୁ ମୃତ୍ୟୁ ଅଭିନେତା ସତୀଶଙ୍କ ମୃତ୍ୟୁ ପଛରେ ବିକାଶଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି । ଏହାଛଡା ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମଙ୍କ ସହ ବିକାଶର ସଂପର୍କ ଥିବା ଦାବି କରିଛନ୍ତି ତାଙ୍କ ଦ୍ୱିତୀୟ ପତ୍ନୀ ।
ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ