ରାମାୟଣ ଦେଖିବାକୁ ଭଲପାଆନ୍ତି ତୈମୁର

ବଲିଉଡ୍ ଷ୍ଟାର କିଡ୍ ଭାବେ ତୈମୁର ଅଲ୍ଲି ଖାଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଛୋଟ ହେଲେ ବି ମଧ୍ୟ ସେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛନ୍ତି । ଏବେ କରିନା ପୁଣିଥରେ ମା’ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ଶୈଫ । ନିକଟରେ ସେ ଏକ ସାକ୍ଷାତକାର ତୈମୁରଙ୍କ ବିଷୟରେ କିଛି କଥା ସେୟାର କରିଛନ୍ତି । ଶୈଫ କହିଛନ୍ତି ପୁଅ ତୈମୁର ଛୋଟ ହେଲେ ବି ସେ ରାମାୟଣ ଦେଖିବାକୁ ବହୁତ ପସନ୍ଦ କରନ୍ତି । ରାମାୟଣର ରାମ ଚରିତ୍ର ତାଙ୍କୁ ବେଶ୍ ପସନ୍ଦ । ଏହାକୁ ଦେଖି ସେ ନିଜକୁ ରାମଭଳି ସଜାଇବାକୁ ଭଲପାଆନ୍ତି। ତେବେ ତୈମୁର କ୍ରିକେଟ ଖେଳିବାକୁ ଭଲ ପାଆନ୍ତିକି ନା ବୋଲି ପ୍ରଶ୍ନ କରିବାରୁ ଶୈଫ କହିଛନ୍ତି ତାଙ୍କ ବଡ ପୁଅ ଇବ୍ରାହିମ୍ ଭଲ କ୍ରିକେଟ ଖେଳନ୍ତି ହେଲେ ତୈମୁରଙ୍କର କ୍ରିକେଟ ପ୍ରତି ସେମିତି କିଛି ଆକର୍ଷଣ ନାହିଁ । ବରଂ ସେ ପେଣ୍ଟିଂ କରିବାକୁ ଆଗ୍ରହ ଦେଖାଉଥିବା ବେଳେ ଗୀତ ଗାଇବାକୁ ମଧ୍ୟ ଆଗ୍ରହ ପ୍ରକାଶ କରନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.