ତାମିଲ ଅଭିନେତା କମେଡିଆନ ଥବାସୀଙ୍କ ପରଲୋକ

ତାମିଲ ଅଭିନେତା ଏବଂ କମେଡିଆନ ଥବାସୀ ୬୦ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ଥବାସୀ କ୍ୟାନସର ରୋଗ ସହ ବହୁତ ଦିନ ଧରି ପିଡୀତ ହୋଇଥିଲେ । ସେ ବହୁତ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

କିଛି ଦିନ ତଳେ ଥବାସୀ ସୋସିଆଲ ମିଡିିଆରେ ଏକ ଭିଡିଓ ପୋଷ୍ଟ କରି ଆର୍ଥିକ ସହାୟତା ମାଗିଥିଲେ । କିନ୍ତୁ ଏବେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଡାକ୍ତରଙ୍କ ଅନୁସାରେ ତାଙ୍କୁ ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା ଯାହାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.