You are currently viewing ‘ରାମ ସେତୁ’ର ଟିଜର ରିଲିଜ

‘ରାମ ସେତୁ’ର ଟିଜର ରିଲିଜ

ମୁମ୍ବାଇ (୨୬.୯.୨୨) : ଅକ୍ଷୟକୁମାରଙ୍କ ଆଗାମୀ ଫିଲ୍ମ ‘ରାମ ସେତୁ’ । ଏହି ଫିଲ୍ମଟି ୨୫ ଅକ୍ଟେବରରେ ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ସୋସିଆଲ ମିଡିଆରେ ଅଭିନେତା ଅକ୍ଷୟ କୁମାର ଏହାର ଝଲକ ଦେଖାଇ ସାରିଛନ୍ତି । ଫିଲ୍ମରେ ଅକ୍ଷୟକୁମାର ରାମ ସେତୁକୁ ବଞ୍ଚାଇବାର ଏକ ରୋମାଞ୍ଚକ ମିଶନରେ ଥିବା ନଜର ଆସିବେ । ଏହି ଟିଜର ଶଙ୍ଖନାଦରୁ ଆରମ୍ଭ ହୋଇ ଜୟଶ୍ରୀରାମ ନାରାରେ ଶେଷ ହେଉଛି । ଏହି ଟିଜର ଦର୍ଶକ ମାନଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିପାରେ । ଯାହା ଫଳରେ ଦର୍ଶକ ଫିଲ୍ମ ଦେଖିବାକୁ ସିନେମା ହଲକୁ ଯିବେ । ଏହି ଫିଲ୍ମ ଅକ୍ଷୟକୁମାରଙ୍କ ଏକ ଆକ୍ସନ-ଆଡଭେଞ୍ଚର ଫିଲ୍ମ । ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ଶର୍ମା । ଫିଲ୍ମର ନିର୍ମାତା ଅରୁଣା ଭାଟିଆ ଓ ବିକ୍ରମ ମାଲହୋତ୍ରା । ଏହା ପୂର୍ବରୁ ଅଭିଷେକ ଶର୍ମା ଅକ୍ଷୟଙ୍କ ଫିଲ୍ମ ‘ମଙ୍ଗଲ ମିଶନ’ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମରେ ଅକ୍ଷୟଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଡିସ, ନୁସରତ ଭରୁଚା ଓ ସତ୍ୟା ଦେବ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିବେ । ଫିଲ୍ମରେ ଅକ୍ଷୟ ଜଣେ ଆର୍କିଓଲୋଜିଷ୍ଟ ଚରିତ୍ରରେ ଦେଖାଯିବେ । ଏବଂ ଏଥି ପାଇଁ ସେ ନିଜ ଲୁକରେ ମଧ୍ୟ ପରିବର୍ତ୍ତନ ଆଣିଛନ୍ତି । ରାମ ସେତୁକୁ ନେଇ ଫ୍ୟାନମାନଙ୍କ ମଧ୍ୟରେ ମଧ୍ୟ ଆଗ୍ରହ ହେଖିବାକୁ ମିଳିଛି । ଅକ୍ଷୟ କୁମାର ରାମ ସେତୁର ପ୍ରଥମ ଟିଜର ତାଙ୍କ ଇନଷ୍ଟାରେ ସେୟାର କରିଛନ୍ତି । ଏଥିରେ କ୍ୟପସନ ଦେଇଛନ୍ତି ରାମ ସେତୁର ପ୍ରଥମ ଝଲକ କେବଳ ଆପଣ ମାନଙ୍କ ପାଇଁ । ଏହାକୁ ଶ୍ରଦ୍ଧାର ସହିତ ତିଆରି କରାଯାଇଛି । ଆଶା କରୁଛି ଆପଣ ମାନଙ୍କୁ ଏହା ପସନ୍ଦ ଆସିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।