କିଡନୀ ଜନିତ ସମସ୍ୟା ଯୋଗୁଁ ଟେଲିଭିଜନ ଅଭିନେତା ଆଶିଷ ରଏଙ୍କ ପରଲୋକ

ଟେଲିଭିଜନର ଜଣାଶୁଣା କଳାକାର ଆଶିଷ ରଏ ୫୫ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି । ଆଶିଷ ରଏଙ୍କର କିଡନୀ ଜନିତ ସମସ୍ୟାରେ ମୃତ୍ୟୁ ଘଟିଛି । ବହୁତ ସମୟ ଧରି ଆଶିଷ ଏହି ରୋଗ ସହ ଲଢ଼େଇ କରୁଥିଲେ । ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ସହ ଆର୍ଥିକ ଅବସ୍ଥା ମଧ୍ୟ ଠିକ ନଥିଲା ସେ ଏନେଇ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ସାହାର୍ଯ୍ୟ ମଧ୍ୟ ମାଗିଥିଲେ । ସେ କହିଥିଲେ ଯେ, ତାଙ୍କର କିଡନୀର ସମସ୍ୟା ଯୋଗୁଁ ଡାୟଲିସିସ ଚାଲୁଛି ଯେଉଁକାରଣରୁ ତାଙ୍କୁ ଟଙ୍କାର ନିହାତି ଆବଶ୍ୟକତା ରହିଛି । ସେ ଏପର୍ଯ୍ୟନ୍ତ ଧାରାବାହିକ ସସୁରାଲ ସିମର କା, ଜେନି ଅର ଜୁଜୁ, ତୁ ମେରେ ଅଗଲ ବଗଲ ହେ, ବା ବହୁ ଅର ବେବିରେ କାମ ସିରିଏଲରେ ଅଭିନୟ କରି ଦର୍ଶକ ମାନଙ୍କର ମନ ଜିତିବାରେ ସକ୍ଷମ ହୋଇଥିଲେ ।

Leave A Reply

Your email address will not be published.