You are currently viewing ତେଲୁଗୁ ସୁପରଷ୍ଟାର ରଜନୀକାନ୍ତ ଅସୁସ୍ଥ

ତେଲୁଗୁ ସୁପରଷ୍ଟାର ରଜନୀକାନ୍ତ ଅସୁସ୍ଥ

ହାଇଦ୍ରାବାଦ: ଲୋକପ୍ରିୟ ଅଭିନେତା ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିବାରୁ ତାଙ୍କୁ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଚ୍ଚ ରକ୍ତଚାପ ଯୋଗୁଁ ଅସୁସ୍ଥ ଅନୁଭବ କରିଥିଲେ ରଜନୀକାନ୍ତ ଏବଂ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଛି । ରଜନୀକାନ୍ତ ଫିଲ୍ମ ‘ଆନ୍ନାଥେ‘ର ସୁଟିଂ ହାଇଦ୍ରାବାଦରେ କରୁଥିବା ବେଳେ କିଛି ଜଣ କ୍ରୁୁ ମେମ୍ବରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏନେଇ ରଜନୀକାନ୍ତ ମଧ୍ୟ କରୋନା ପରୀକ୍ଷଣ କରାଇଥିଲେ । କିନ୍ତୁ ତାଙ୍କର କରୋନା ରିପୋର୍ଟ ନକରାତ୍ମକ ଆସିଥିଲା ଏବଂ ସେ ନିଜକୁ କ୍ୱାରେଣ୍ଟାଇନରେ ରଖିଥିଲେ । ଆଜି ସକାଳେ ତାଙ୍କର ରକ୍ତ ଚାପରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ଏବଂ ସେ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କୁ ଏବେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଡାକ୍ତରଙ୍କ କହିବା ଅନୁସାରେ ରଜନୀକାନ୍ତ ଅସୁସ୍ଥ ହେବାର କାରଣ ହେଉଛି ଉଚ୍ଚ ରକ୍ତଚାପ ଏବଂ ଥକ୍କାପଣ । କହିରଖୁଛୁ ଯେ, ଫିଲ୍ମ ‘ଆନ୍ନାଥେ‘ର ସୁଟିଂ ସେଟରେ କରୋନା ସକରାତ୍ମକ ଚିହ୍ନଟ କରାଯିବା ପରେ ସୁଟିଂକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।