You are currently viewing ‘ଅଲୀବାବା’ ଶୋ’ରେ ନିର୍ମାତା ନେଲେ ବଡ ନିଷ୍ପତି

‘ଅଲୀବାବା’ ଶୋ’ରେ ନିର୍ମାତା ନେଲେ ବଡ ନିଷ୍ପତି

ଏଏନଏସ୍‌(୬.୦୧.୨୩) :ଟିଭି ସିରିଏଲ୍‌ ‘ଅଲୀବାବା: ଦାସ୍ତାଁ-ଏ-କାବୁଲ’ର ଲିଡ୍‌ ଅଭିନେତ୍ରୀ ତୁନିଷା ଶର୍ମାଙ୍କ ମୃତ୍ୟୁ ପରେ ପୁଣିଥରେ ଶୋ’ର ପ୍ରସାରଣ ଆରମ୍ଭ ହୋଇଛି। ଏହି ସିରିଏଲରେ ତୁନିଷା ଶହଜାଦୀ ‘ମରିୟମ୍‌’ର ଚରିତ୍ର ନିଭାଉଥିଲେ ଏବଂ ଶିଜାନ ଖାନ ‘ଅଲୀ ବାବା’ର ଚରିତ୍ରରେ ନଜର ଆସୁଥିଲେ।୨୪ ଡିସେମ୍ବରରେ ତୁନିଷା ସିରିଏଲ୍‌ ସୁଟିଂ ସମୟରେ ସେଟ୍‌ ଉପରେ ହିଁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ, ଯାହା ପରଠାରୁ ଶୋ’ର ସୁଟିଂ ଏ ପର୍ଯ୍ୟନ୍ତ ଅଟକି ରହିଛି। କିନ୍ତୁ ଏବେ ଶୋ’ର ନିର୍ମାତାମାନଙ୍କ ତରଫରୁ ଏହାକୁ ନେଇ ଏକ ବଡ଼ ଅପ୍‌ଡେଟ ସାମ୍ନାକୁ ଆସିଛି।ଖବର ମୁତାବକ, ନିର୍ମାତାମାନେ ବହୁତ ଜଲ୍‌ଦି ଶୋ’କୁ ନୂଆ ମୋଡ଼ ଦେବେ ଏବଂ ଏହାର ଟ୍ରାକ୍‌କୁ ସମ୍ପୂର୍ଣ୍ଣ ରୂପେ ବଦଳାଇବା ଉପରେ ମଧ୍ୟ ବିଚାର କରିବେ। ନିକଟରେ ଏକ ଇଣ୍ଟରଭ୍ୟୁରେ ସିରିଏଲ୍‌ର ନିର୍ମାତାମାନେ କହିଥିଲେ ଯେ ‘ଅଲୀବାବା: ଦାସ୍ତାଁ-ଏ-କାବୁଲ’କୁ ବନ୍ଦ କରାଯିବ ନାହିଁ। ଯଦିଓ ବର୍ତ୍ତମାନ କିଛି ଦିନ ପାଇଁ ବାକି ଚରିତ୍ରଗୁଡ଼ିକ ଉପରେ ଫୋକସ୍‌ କରି ହୋଇଥିବା ଷ୍ଟୋରୀଲାଇନକୁ ବଢ଼ାଯିବ ଏବଂ ଆବଶ୍ୟକ ପଡ଼ିଲେ କିଛି ନୂଆ କଳାକାରଙ୍କୁ ମଧ୍ୟ ଶୋ’ରେ ଯୋଡ଼ାଯିବ।ଖବର ମୁତାବକ, ଶୋ’ରେ ତୁନିଷା ଶର୍ମାଙ୍କ ଚରିତ୍ର ପାଇଁ କୌଣସି ରିପ୍ଲେସ୍‌ମେଣ୍ଟ ହେବ ନାହିଁ, ବରଂ ଚରିତ୍ରକୁ ଶେଷ କରି ଦିଆଯାଇ ଏକ ଭିନ୍ନ ଚରିତ୍ର ତିଆରି କରାଯିବ। ଆଉ ଏଥିପାଇଁ ନିର୍ମାତାମାନେ ଅଭିନେତ୍ରୀ ଖୋଜୁଛନ୍ତି। ବର୍ତ୍ତମାନ ଟିଭିରେ ବ୍ୟାକ୍‌ଅପ ଏପିସୋଡ୍‌ଗୁଡ଼ିକ ପ୍ରସାରିତ ହେଉଛି। ଏଥି ସହିତ ଖବର ଆସୁଛି କି, ସିରିଏଲ୍‌ରୁ ଶିଜାନ ଖାନଙ୍କର ରିପ୍ଲେସ୍‌ମେଣ୍ଟ ହୋଇପାରେ।

ଅନ୍ୟମାନଙ୍କୁ ଜଣାନ୍ତୁ।