You are currently viewing ଗାୟକ ଉଦିତ ନାରାୟଣଙ୍କ ସୁପୁତ୍ର ଆଦିତ୍ୟ ନାରାୟଣ ବହୁତ ଜଲ୍‌ଦୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି, ଜାଣନ୍ତୁ ସେ କିଏ ?

ଗାୟକ ଉଦିତ ନାରାୟଣଙ୍କ ସୁପୁତ୍ର ଆଦିତ୍ୟ ନାରାୟଣ ବହୁତ ଜଲ୍‌ଦୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି, ଜାଣନ୍ତୁ ସେ କିଏ ?

ଜଣାଶୁଣା ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି । ସେ ହେଉଛନ୍ତି ଜଣେ ଗାୟକ ଏବଂ ଲୋକପ୍ରିୟ ହୋଷ୍ଟ । ଗୋଟିଏ ରିୟାଲିଟି ଶୋ’ରେ ତାଙ୍କର ବିବାହ ଗାୟିକା ନେହା କକ୍କରଙ୍କ ସହ ରୋକା ହୋଇଥିଲା କିନ୍ତୁ ସେ ନେହା କକ୍କରଙ୍କୁ ବିବାହ କରୁନାହାନ୍ତି । ସେ ନିଜର ୧୦ବର୍ଷର ପ୍ରେମିକାଙ୍କ ସହ ବିବାହ କରୁଛନ୍ତି । ସେ ନିଜ ସମ୍ପର୍କକୁ ସାର୍ବଜନୀନ ନ କରିଥିଲେ ମଧ୍ୟ ସୂଚନାରୁ ଜଣାପଡୁଛି ଯେ, ସେ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ସେ ଶ୍ୱେତାଙ୍କୁ ୨୦୧୦ରେ ଫିଲ୍ମ ‘ଶାପିତ’ ର ସେଟରେ ଦେଖିଥିଲେ । ସେ ଏହି ବର୍ଷ ନଭେମ୍ବର କିମ୍ବା ଡିସେମ୍ବରରେ ବିବାହ କରିବେ ବୋଲି ସୂଚନା ମିଳୁଛି । ପ୍ରକାଶ ଥାଉ କି, ଗୋଟିଏ ରିୟାଲିଟି ଶୋ’ରେ ଗାୟିକା ନେହା କକ୍କରଙ୍କ ସହ ବିବାହ ବେଶ୍ ଚର୍ଚ୍ଚା ଧରିଥିଲା କିନ୍ତୁ ତାଙ୍କର ବିବାହ ସମ୍ପର୍କରେ ଆଲୋଚନା ସଂପୂର୍ଣ୍ଣ ଭୁଲ ଥିଲା । । ନେହା ତାଙ୍କର ଏକ ଭଲ ବନ୍ଧୁ ବୋଲି କହିଛନ୍ତି ଆଦିତ୍ୟ ନାରାୟଣ ।

ଅନ୍ୟମାନଙ୍କୁ ଜଣାନ୍ତୁ।