ଆଗକୁ ଆସିବ ନୂଆ ସିନେମା ‘ମାୟାବିନୀ’

ଭୁବନେଶ୍ୱର (୧୩.୧୦.୨୨) : ଆଗକୁ ଆସୁଛି ନୁଆ ଫିଲ୍ମ ମାୟାବିନୀ । ସାଂପ୍ରତିକ ଏକ ଘଟଣା ଉପରେ ଫିଲ୍ମଟିର କଥା ବସ୍ତୁ ଆଧାରିତ । କେମିତି ମଫସଲରୁ ଏକ ଝିଅ ଆସି ରାଜଧାନୀରେ ରହି ହନିଟ୍ରାପରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଫସାଉଛି । ଏବଂ ବ୍ଲାକ ମେଲ କରି ଟଙ୍କା ଆଦାୟ କରୁଛି ।

ଲୁଟୁ ମହାନ୍ତି ସିନେମା କାହାଣୀ ଲେଖିଥିବା ବେଳେ ଶ୍ରୀଧର ମାର୍ଥା ପ୍ରଯୋଜକ ଅଛନ୍ତି । ଖୁବ ଶୀଘ୍ର ଏହାର ଅଡିଓ ଓ ପୋଷ୍ଟର ରୟାଲ ରେଞ୍ଜ ପ୍ରଡକ୍ସନ ହାଉସ ପକ୍ଷରୁ ରିଲିଜ ହେବ ।

ଏଥିରେ କେଉଁ ମାନେ ଅଭିନୟ କରିବେ ତାହା ସ୍ଥିର ହୋଇ ନାହିଁ । ରୟାଲ ରେଞ୍ଜ ପ୍ରଡକ୍ସନ ହାଉସ ପକ୍ଷରୁ ପ୍ରଚାର ଦାୟିତ୍ୱରେ ସମୀକ୍ଷକ ଦିଲ୍ଲୀପ ହାଲି ରହିଛନ୍ତି । ଯେଉଁ ସତ୍ୟ ପୋଲିସ ଏବଂ ଗଣମାଧ୍ୟମ ସାମ୍ନାକୁ ଆଣି ପାରି ନାହିଁ ତାହା ଏହି ଫିଲ୍ମ ମାଧ୍ୟରେ ଜାଣିବାକୁ ମିଳିବ ।

Leave A Reply

Your email address will not be published.