You are currently viewing ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କ ପରଲୋକ

ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କ ପରଲୋକ

ମୁମ୍ବାଇ (୭.୧୦.୨୨) : ହିନ୍ଦି ସିନେମାରେ ଅରୁଣ ଏକ ଜଣା ଶୁଣା ନାଁ ଥିଲେ । ତାଙ୍କର ଅଭିନୟ ଦର୍ଶକଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଭାବିତ କରିପାରୁଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ମୁମ୍ବାଇରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି ।  ବୟସାଧିକ ଏବଂ ରୋଗବ୍ୟାଧି ହେତୁ ଅରୁଣ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଅରୁଣ  ବିରଳ ନ୍ୟୁରୋମସ୍କୁଲାର ଏବଂ ମାଇଷଥେନିଆ ଗ୍ରାଭିସ ରୋଗରେ ପୀଡିତ ଥିଲେ। ତାଙ୍କୁ  ଚଳିତ ବର୍ଷ ଆରମ୍ଭରେ ମୁମ୍ବାଇର ହିରନନ୍ଦନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାଇଷଥେନିଆ ଗ୍ରାଭିସ ହେଉଛି ଏକ ପ୍ରକାର ଅଟୋମ୍ୟୁମ୍ୟୁନ୍ ଡିସଅର୍ଡର୍। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରି ଟିସୁ ପ୍ରଭାବିତ କରେ।  ଅରୁଣଙ୍କ ଅଭିନୀତି ଫିଲ୍ମ ମଧ୍ୟରେ ଥ୍ରୀ ଇଡିଅଟ୍ସ, କେଦାରନାଥ, ପାନିପତ, ହେ ରାମ, ଦଣ୍ଡ ନାୟକ, ରେଡ୍ଡି, ଜାମିନ୍, ପୋଲିସୱାଲା ଗୁଣ୍ଡା, ଫୁଲ ଅର ଅଙ୍ଗାର, ଏବଂ ରାମ ଜାନେରେ ତାଙ୍କର ଦମଦାର ଅଭିନୟ ଦର୍ଶକଙ୍କ ପାଖରେ ଅଧିକ ପରିଚୟ କରିପାରିଛି। ସେ ଅନେକ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଧାରାବାହିକରେ ମଧ୍ୟ କାମ କରିଛନ୍ତି। ୧୯୯୧ ମସିହାରେ ସେ ଚାଣକ୍ୟଙ୍କ ଉପରେ ପର୍ଯ୍ୟବସିତ  କିଙ୍ଗ ପୋରସରେ ଅଭିନୟ କରିଛନ୍ତି ।  

ଅନ୍ୟମାନଙ୍କୁ ଜଣାନ୍ତୁ।