You are currently viewing ବିବାଦ ଘେରରେ ୱେବ ସିରିଜ ‘ଆଶ୍ରମ’

ବିବାଦ ଘେରରେ ୱେବ ସିରିଜ ‘ଆଶ୍ରମ’

ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ୱେବ ସିରିଜ ଆଶ୍ରମର ଦ୍ୱିତୀୟ ସିଜନ କିଛି ଦିନ ପୂର୍ବେ ଆରମ୍ଭ ହୋଇଛି । କିନ୍ତୁ ରିଲିଜ ପୂର୍ବରୁ ହିଁ ଏହି ୱେବ ସିରିଜକୁ ନେଇ ବହୁତ ହଙ୍ଗାମା ହୋଇସାରିଛି । କରଣୀ ସେନା ଏହି ୱେବ ସିରିଜକୁ ନେଇ ଅଭିଯୋଗ ସ୍ଥାପନା କରିଛନ୍ତି । ଏହି ୱେବ ସିରିଜର ଟାଇଟଲରେ ଥିବା କଳା ଦାଗକୁ ନେଇ କରଣୀ ସେନା ଅଭିଯୋଗ କରିଛନ୍ତି । ଏହାର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ କରଣୀ ସେନା ମୁମ୍ବାଇର ଏକ ପୋଲିସ ଷ୍ଟେସନରେ ଏହି ୱେବ ସିରିଜକୁ ବ୍ୟାନ କରିବାକୁ ନେଇ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା କଥା ଯେ, ଏହି ୱେବ ସିରିଜ ମାଧ୍ୟମରେ ସାଧୁସନ୍ଥ ମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଇଛି । ପ୍ରକାଶ ଝାଙ୍କ ପ୍ରଥମ ସିଜନ ମଧ୍ୟ ବିବାଦ ଘେରରେ ରହିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।