ମୁମ୍ବାଇ: ଗୋଟେ କିମ୍ବା ଦୁଇଟି ନୁହଁ ବଲିଉଡରେ ଅନେକ ଚଳଚ୍ଚିତ୍ର କରି ବେଶ ଖ୍ୟାତି ଲାଭ କରିଛନ୍ତି ଅମୀର ଖାନ । ତେବେ ବଲିଉଡରେ ଅନେକ ଚଳଚ୍ଚିତ୍ର କରି ମଧ୍ୟ କ’ଣ ପାଇଁ କୌଣସି ପୁରସ୍କାର ଉତ୍ସବରେ ଯୋଗ ଦିଅନ୍ତିନି ଅମୀର ଖାନ । ଏହି ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ଆସିଥିବ । ଏହା ପଛରେ କ’ଣ ରହିଛି କାରଣ । ତେବେ ଆସନ୍ତୁ ଜାଣିବା,
କାହିଁକି ପୁରସ୍କାର ଉତ୍ସବରେ ଯୋଗ ଦିଅନ୍ତିନି ଅମୀର ଖାନ ?
ଦୀର୍ଘ ୩୧ ବର୍ଷ ତଳେ ତାଙ୍କ ସହ କିଛି ଏଭଳି ଘଟିଥିଲା ଯେଉଁ କାରଣ ପାଇଁ ସେ କୌଣସି ପୁରସ୍କାର ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ଶପଥ ନେଇଥିଲେ । ତେବେ ୧୯୯୨ରେ ଆମୀରଙ୍କ ଫିଲ୍ମ ‘ଯୋ ଜିତା ଓ୍ବହି ସିକନ୍ଦର’ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା। ଏହି ଫିଲ୍ମ ନିର୍ମାଣ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଏହି ଫିଲ୍ମରୁ ୬.୬୦କୋଟି ସଂଗ୍ରହ କରାଯାଇଥିଲା।
ସମାଲୋଚକମାନେ ମଧ୍ୟ ଏହି ଫଲ୍ମରେ ଆମୀରଙ୍କ ଅଭିନୟକୁ ଖୁବ ପ୍ରଶଂସା କରିଥିଲେ। ତେଣୁ ସେ ଶ୍ରେଷ୍ଠ ଅଭିନେତା ଆଖ୍ୟା ପାଇବେ ବୋଲି ଆଶାବାଦୀ ଥିଲେ। ମାତ୍ର ଆମୀରଙ୍କୁ ପୁରସ୍କାର ମିଳି ନ ଥିଲା। ସେହିଦିନଠାରୁ ସେ କୌଣସି ପୁରସ୍କାର ଉତ୍ସବରେ ଯୋଗଦେବେନି ବୋଲି ଶପଥ ନେଇଥିଲେ।