୧୦ଵର୍ଷ ପାଇଁ ଓସ୍କାର ଆଓ୍ବର୍ଡ ଶୋରୁ ବାସନ୍ଦ ହେଲେ ଓ୍ବିଲ ସ୍ମିଥ

ଲସଏଞ୍ଜଲସ ୦୯/୦୪, ଆସନ୍ତା ୧୦ ବର୍ଷ ପାଇଁ ଓସ୍କାର ଆୱର୍ଡ ଶୋରେ ସାମିଲ ହୋଇପାରିବେ ନାହିଁ ହଲିଉଡ ଷ୍ଟାର ୱିଲ ସ୍ମିଥ । ଓସ୍କାର ପୁରସ୍କାର ଉତ୍ସବରେ ସାମିଲ ହେବାକୁ ଲାଗିଲା ବ୍ୟାନ । ମିଳିଲା ମୁଥା ମାରିବାର ସଜ୍ଜା । ନିକଟରେ ସାମିଲ ହୋଇଥିବା ଓସ୍କାର ଆୱର୍ଡରେ ଖ୍ୟାତନାମା କମେଡିଆନ କ୍ରିସ ରକ୍‌କଙ୍କୁ ମୁଥା ମାରିବା କାରଣରୁ ତାଙ୍କୁ ଓସ୍କାର ଆୱର୍ଡରେ ସାମିଲ ହେବାରେ ପ୍ରତିବନ୍ଧକ ଲଗାଯାଇଛି । ହଲିଉଡ ଫିଲ୍ମ ଏକାଡେମୀ ବୋର୍ଡଅଫଗଭର୍ନର ତରଫରୁ ଏହି ସୂଚନା ଦିଆଯାଇଛି । ଏପରିକି ସ୍ମିଥ ହଲିଉଡ ପକ୍ଷରୁ ଆୟୋଜିତ କୌଣସି କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇପାରିବେ ନାହିଁ ।

ସୂଚନାରୁ ପ୍ରକାଶ ଯେ ୨୦୨୨ଓସ୍କାର ଆୱର୍ଡ ଶୋରେ ୱିଲ ସ୍ମିଥ କମେଡିଆନ କ୍ରିସ ରକଙ୍କୁ ମୁଥା ମାରିଥିଲେ । କମେଡିଆନ କ୍ରିସ ଅଭିନେତା ସ୍ମିଥଙ୍କ ପତ୍ନୀଙ୍କ ଉପରେ ଷ୍ଟେଜ ଉପରେ ରହି ଏକ ଟିପ୍ପଣୀ ଦେଇଥିଲେ । ଯାହାକୁ ସ୍ମିଥ ନାପସନ୍ଦ କରିବା ସହ ପ୍ରବଳ ରାଗିଯାଇଥିଲେ କାର୍ଯ୍ୟକ୍ରମ ମଝିରେ ଷ୍ଟେଜ ଉପରକୁ ଯାଇ କ୍ରିସଙ୍କୁ ମୁଥ ମାରିଥିଲେ । ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା । ପରେ ୱିଲ ସ୍ମିଥ ନିଜ ଭୂଲ ବୁଝି ସମସ୍ତଙ୍କ ସାମ୍ନାରେ କ୍ରିସଙ୍କୁ କ୍ଷମା ମାଗିବା ସହ କାନ୍ଦିଥିଲେ ।

Leave A Reply

Your email address will not be published.

1 × 4 =