You are currently viewing ଭ୍ରାମରି ପ୍ରାଣାୟମ ଓ ଏହାର ଫାଇଦା

ଭ୍ରାମରି ପ୍ରାଣାୟମ ଓ ଏହାର ଫାଇଦା

ଆଜମଗଡ, (ବନ୍ଦିତା ପଟ୍ଟନାୟକ) : ପୂର୍ବପରି ମେରୁଦଣ୍ଡ, ମୁଣ୍ଡ ସିଧା ଓ ଆଖି ବନ୍ଦ ରଖି ଏକ ଧ୍ୟାନାତ୍ମକ ସ୍ଥିତିରେ ବସି ମନକୁ ଆଜ୍ଞା ଚକ୍ରରେ ସ୍ଥିର ରଖନ୍ତୁ। ତାପରେ ଦୁଇ ବୁଢା ଆଙ୍ଗୁଠି ଦ୍ୱାରା ଦୁଇ ଛୋଟ କାନକୁ ବନ୍ଦ କରି ଦୁଇ ତର୍ଜନି ଆଙ୍ଗୁଠିକୁ ବୃଲତା ଉପରେ ଓ ମଧ୍ୟମା, ଅନାମିକା ଏବଂ କନିଷ୍ଠା ତିନି ଆଙ୍ଗୁଠିକୁ ଦୁଇ ଆଖି ଉପରେ ରଖି ଭ୍ରମର ପରି ଗୁଞ୍ଜନ କରନ୍ତୁ। ଏହି ପ୍ରକ୍ରିୟାକୁ ଅତି କମରେ ୩ ରୁ ୨୧ ଥର ପର୍ୟ୍ଯନ୍ତ କରିପାରିବେ।

ଲାଭ :-

୧.ମନର ଚଞ୍ଚଳତା ଦୂର ହୁଏ।
୨.ମାନସିକ ଦୁଶ୍ଚିନ୍ତା, ଉତ୍ତେଜନା, ଉଚ୍ଚ ରକ୍ତଚାପ, ହୃଦରଗ ଇତ୍ୟାଦି ପାଇଁ ଲାଭ ଜନକ।

ଅନ୍ୟମାନଙ୍କୁ ଜଣାନ୍ତୁ।