କୋରୋନାରି ଧମନୀରେ ବିଭିନ୍ନ ପଦାର୍ଥ ବା କୋଲେଷ୍ଟେରୋଲ (ଆଥେରୋସ୍କ୍ଲେରୋସିସ୍) ଓ ଚର୍ବିର ଗଠନ ଯୋଗୁଁ ଧମନୀ ସଙ୍କୁଚିତ ହୋଇଯାଏ, ଯାହାକୁ କୋରୋନାରି ଧମନୀ ରୋଗ କୁହାଯାଏ। ଏହା ହୃଦଘାତର କାରଣ ହୋଇଥାଏ। ଧମନୀରେ ଚର୍ବି ବା କୋଲେଷ୍ଟେରୋଲ ଯୋଗୁଁ ଯେଉଁ ବ୍ଲକେଜ୍ ହୁଏ ତାହା ଉପରେ ଏକ ପରଦା ଥାଏ, ଯେତେବେଳେ ଏହି ବ୍ଲକେଜ୍ ବଢ଼ିଯାଏ, ସେତେବେଳେ ଏହି ପରଦା ଫାଟିଯାଏ। ପରଦା ଫାଟିଯିବା ଯୋଗୁଁ ଏହି ଧମନୀ ମାଧ୍ୟମରେ ଯାଉଥିବା ରକ୍ତ ଜମାଟ ବାନ୍ଧିଥାଏ । ଯାହା ଫଳରେ ରକ୍ତ ସଞ୍ଚାଳନ ହୋଇପାରି ନଥାଏ, ଯାହାକୁ ଆମେ ହୃଦଘାତ ବୋଲି କହିଥାଉ।
ହୃଦଘାତର ଅନ୍ୟ ଏକ କାରଣ ହେଉଛି କରୋନାରୀ ଧମନୀର ଏକ ସ୍ପାମ୍, ଯାହା ହୃଦୟ ମାଂସପେଶୀର କିଛି ଅଂଶକୁ ରକ୍ତ ପ୍ରବାହ ବନ୍ଦ କରିଥାଏ। କୋକେନ, ତମାଖୁ ଏବଂ ସିଗାରେଟ୍ ବ୍ୟବହାର କରିବା ଦ୍ୱାରା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।
କିଛି କାରଣରୁ ହାର୍ଟ ଆଟାକ ହେବାର ରିସ୍କ ବଢ଼ିଯାଇଥାଏ।
୪୫ ବର୍ଷରୁ ଅଧିକ ବୟସ୍କ ପୁରୁଷ ଓ ୫୫ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କଠାରେ ସାଧାରଣତଃ ହୃଦଘାତର ଆଶଙ୍କା ଅଧିକ ଦେଖାଦେଇଥାଏ ।
ବଂଶଗତ- ଆପଣଙ୍କ ପରିବାରରୁ କାହାକୁ ଯଦି ହୃଦଘାତ ହୋଇଥାଏ, ତେବେ ହାର୍ଟ ଆଟାକର ରିସ୍କ ଅଧିକ ଥାଏ।
ଉଚ୍ଚ ରକ୍ତଚାପ -ସମୟ ସହିତ, ଉଚ୍ଚ ରକ୍ତଚାପ ଆପଣଙ୍କ ଧମନୀକୁ ନଷ୍ଟ କରିଦିଏ ଫଳରେ ହାର୍ଟକୁ ରକ୍ତ ଅମ୍ଳଯାନ ମିଳିପାରି ନଥାଏ। ଫଳରେ ହୃଦଘାତ ହେବାର ଆଶଙ୍କା ଅଧିକ।
ଡାଇବେଟିସ୍, ଧୂମପାନ, ମେଦବହୁଳତା, ବ୍ୟାୟାମର ଅଭାବ, ମଦ୍ୟପାନ, ଚାପ ଓ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ମଧ୍ୟ ହାର୍ଟ ଆଟାକର କାରଣ ହୋଇପାରେ ।