ଲୀଳାମୟ ଶ୍ୟାମସୁନ୍ଦରଙ୍କ ପ୍ରେମରେ ଥରେ ଯିଏ ପଡ଼ିଛି ତାର ଜୀବନ ଧନ୍ୟ ହୋଇଯାଇଛି । ଆଉ ପରମେଶ୍ୱରଙ୍କ ସାନିଧ୍ୟ ଯିଏ ପାଇଛି ସେ କୃତାର୍ଥ ହୋଇଯାଇଛି । ଯାହାର ଏକ ଉଦାହରଣ ଏହି ୩୦ବର୍ଷିୟା ଯୁବତୀ। ଯିଏ ସଂସାରର ମୟା ମୋହ ଛାଡି, ବିବାହ କରିଛନ୍ତ ସ୍ବୟଂ ଶ୍ରୀ କୃଷ୍ଣଙ୍କୁ।ହଁ ଏମିତି ଏକ ନିଆରା ବିବାହ ଦେଖିବାକୁ ମିଳିଛି ଅରାୟା ଜିଲ୍ଲାର ବିଧୁନାରେ। ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଣଜିତ ସିଂ ସୋଲାଙ୍କିଙ୍କ ଝିଅ ଭଗବାନ କୃଷ୍ଣଙ୍କୁ ବିବାହ କରିଛନ୍ତି। ଯୁବତୀ ଜଣଙ୍କ ଶ୍ରୀକୃଷ୍ଣଙ୍କୁ ବିବାହ କରିବା ଘଟଣା ଏବେ ଏହି ଅଞ୍ଚଳରେ ନିଆଁ ପରି ବ୍ୟାପିବାରେ ଲାଗିଛି । ତେବେ ବରଯାତ୍ରୀ ଦଳ ସୁଖଚେନ୍ପୁର ଗ୍ରାମରୁ ଭାରତନା ରୋଡରେ ଥିବା ବାସଭବନରେ ପହଞ୍ଚିଲା। ଏହାପରେ ହିନ୍ଦୁ ରୀତିନୀତି ସହିତ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିଲା।ଭଗବାନ କୃଷ୍ଣଙ୍କ ସହ ତାଙ୍କର ସମ୍ପର୍କ ଅଛି ବୋଲି ରକ୍ଷା ସୋଲାଙ୍କି କହିଛନ୍ତି। ତାଙ୍କୁ ଦୀର୍ଘ ଦିନ ଧରି ସ୍ୱପ୍ନ ଆସୁଥିଲେ। ସ୍ୱପ୍ନରେ ଦୁଇଥର ଭଗବାନ ତାଙ୍କ ବେକରେ ଏକ ଫୁଲମାଳ ମଧ୍ଯ ପକାଇଛନ୍ତି । ଏହା ସହ ସେ କହିଛନ୍ତି ଯେ ବିବାହ କରିବା ପାଇଁ ସବୁ ଦିଗରୁ ଚାପ ରହିଥାଏ, ତେଣୁ ସେ ଜଣେ ଯୁବକ ବଦଳରେ ଭଗବାନଙ୍କୁ ବିବାହ କଲେ। ଗତ ୧୦ ମାର୍ଚ୍ଚରେ ଭଗବାନ କୃଷ୍ଣଙ୍କୁ ସେ ବିବାହ କରିଥିଲେ। ଭଗବାନଙ୍କୁ ବିବାହ କରି ସେ ଏବେ ବହୁତ ଖୁସି। ତେବେ ସମସ୍ତ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିବା ସେ ପ୍ରକାଶ କରିଛନ୍ତି।ଏପଟେ ପିତାମାତାଙ୍କ ସହ ପରିବାରର ସମସ୍ତ ସଦସ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ବଡ ଭଉଣୀ ଅନୁରାଧା କହିଛନ୍ତି ଯେ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ସହମତିରେ ରକ୍ଷା ଭଗବାନ କୃଷ୍ଣଙ୍କୁ ବିବାହ କରିଛନ୍ତି। ସମସ୍ତେ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଆମେ ବହୁତ ଖୁସି ଭଗବାନ ବର୍ତ୍ତମାନ ଆମର ସମ୍ପର୍କୀୟ ହୋଇଛନ୍ତି। ଏହା ଆମର ଭାଗ୍ୟ।ଏହା ସହିତ ସେ କହିଛନ୍ତି, ସମସ୍ତେ ବହୁତ ଖୁସି। ରକ୍ଷା ପିଲାଦିନରୁ ଭଗବାନ କୃଷ୍ଣଙ୍କ ସହ ଯୋଡି ହୋଇ ରହିଥିଲେ। ସେ ସବୁବେଳେ କହୁଥିଲେ ସେ କେବଳ ଭଗବାନଙ୍କୁ ହିଁ ବିବାହ କରିବେ। ରକ୍ଷାଙ୍କ ବିବାହ ପାଇଁ ସବୁ ଦିଗରୁ ଚାପ ରହିଥିଲା, ତେଣୁ ଶେଷରେ ସେ ନିଷ୍ପତି ନେଇଥିଲେ ଯେ ସେ କେବଳ ଭଗବାନଙ୍କୁ ହିଁ ବିବାହ କରିବେ।
ଏବଂ ଶେଷରେ ସେୟା ହିଁ ହେଲା। ଭଗବାନଙ୍କୁ ହିଁ ସେ ବିବାହ କଲେ। ସମସ୍ତଙ୍କ ଉପସ୍ଥିତିରେ ଖୁବ୍ ଧୁମ୍ ଧାମ୍ ରେ ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଛି।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ