ଡାଇବେଟିସ ଉପଚାରରେ ବିଟ୍ ରସର ଭୂମିକା

ପ୍ରତିଦିନ ସକାଳେ ଅଳ୍ପ ବିଟ୍ ରସ ପିଇଲେ ଏଥିରୁ ଅନେକ ଉପକାର ମିଳିଥାଏ । ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ବିଟ୍ ରସ ଆପଣଙ୍କୁ ଅଧିକ ବ୍ୟାୟାମ କରିବାରେ ଶକ୍ତି, ରକ୍ତ ପ୍ରବାହରେ ଉନ୍ନତି ଆଣିବା ଏବଂ ରକ୍ତଚାପକୁ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । କାରଣ ବିଟ୍ ଗୁଡିକ ନାଇଟ୍ରେଟ୍ ନାମକ ପ୍ରାକୃତିକ ରାସାୟନିକ ପଦାର୍ଥରେ ଭରପୂର ଅଟେ । ଏକ ଶୃଙ୍ଖଳା ପ୍ରତିକ୍ରିୟା ମାଧ୍ୟମରେ, ଶରୀର ନାଇଟ୍ରେଟ୍ସକୁ ନାଇଟ୍ରିକ୍ ଅକ୍ସାଇଡ୍ରେ ପରିବର୍ତ୍ତନ କରେ, ଯାହା ରକ୍ତ ପ୍ରବାହ ଏବଂ ରକ୍ତଚାପରେ ସାହାଯ୍ୟ କରେ ବିଟ୍ ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍ ସମସ୍ୟାରୁ ମୁକ୍ତି ମିଳିଥାଏ।

ଏହା ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ। ଏହାକୁୂ ପିଇବା ଦ୍ୱାରା ଉଚ୍ଚରକ୍ତ ଚାପ ଓ ଡାଇବେଟିସ୍ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିରେ ଥିବା ଭିଟାମିନ୍ ସି, ଭିଟାମିନ୍-ବି-୬ କର୍କଟ ରୋଗ ଆଶଙ୍କା କମ୍ କରିଥାଏ। ବିଟ୍ ରସରେ ପ୍ରଚୁର ମାତ୍ରାରେ ପୋଟାସିୟମ୍, ଫସଫରସ୍ ଆଦି ରହିଥାଏ। ଏହା ସ୍ମୃତିଶକ୍ତି ବଢ଼ାଇବା ସହିତ ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି କରେ ।

Leave A Reply

Your email address will not be published.