You are currently viewing ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରାମ ପାଇବା ପାଇଁ ନିୟମିତ ସେବନ କରନ୍ତୁ ଦେଶୀ ଘିଅ

ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରାମ ପାଇବା ପାଇଁ ନିୟମିତ ସେବନ କରନ୍ତୁ ଦେଶୀ ଘିଅ

ଆରମ୍ଭ ହୋଇଛି ଶୀତଋତୁ, ଏହି ସମୟରେ ସକାଳୁ ହାଲୁକା ହାଲୁକା ଥଣ୍ଡା ମଧ୍ୟ ଲାଗୁଚିl ଏହି ସମୟରେ ଯଦି କିଛି ବିଶେଷ ଭାବରେ ପ୍ରଭାବିତ ହୋଇଥାଏ ତାହା ହେଉଛି ଇମ୍ୟୁନିଟି l ତେଣୁ ଶୀତଋତୁରେ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏl ଯାହା ଇମ୍ୟୁନିଟି ବୃଦ୍ଧି କରିବାରେ ଗୋଟିଏ ବଡ଼ ଯୋଗଦାନ କରିଥାଏ l 

ତେବେ ଆଜିର ଦୁନିଆରେ ଯେଉଁଠି ସମସ୍ତେ ଅଏଲ ଫ୍ରି ଖାଦ୍ୟ ଖାଉଛନ୍ତି, ସେହି ସସମୟରେ ଆୟୁର୍ବେଦ ଅନୁସାରେ କୁହାଯାଇଛି ଯେ ଶୀତଋତୁରେ ଘରେ ପ୍ରସ୍ତୁତ ଦେଶୀ ଘିଅ ସେବନ କରିବା ଦ୍ୱାରା ବିଭିନ୍ନ ରୋଗ ସମସ୍ୟା ଦୂର ହୋଇଥାଏ l ଏହାଛଡା ଇମ୍ୟୁନିଟି ମଧ୍ୟ ଷ୍ଟ୍ରଙ୍ଗ ହୋଇଥାଏl

– ଦେଶୀ ଘିଅ ହେଲଦି ଫ୍ୟାଟର ଗୋଟିଏ ଭଲ ସ୍ରୋତ ଅଟେ l ତେଣୁ ଘିଅ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇ ନ ଥାଏ l କିନ୍ତୁ ଏହାକୁ ସନ୍ତୁଳିତ ମାତ୍ରାରେ ସେବନ କରିବା ଆବଶ୍ୟକl ଘିଅରେ ପ୍ରସ୍ତୁତ ଖାଦ୍ୟ ଶରୀରକୁ ଭିତରୁ ଷ୍ଟ୍ରଙ୍ଗ କରିଥାଏ l

– ଦେଶୀ ଘିଅ ହେଲଦି ଫ୍ୟାଟରେ ଭରପୁର ହୋଇଥିବା କାରଣରୁ ଶରୀରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉର୍ଜା ବାନ ରଖିଥାଏl ଦେଶୀ ଘିଅରେ ସଲ୍ୟୁବଲ ଭିଟାମିନ A , D ଓ E ରହିଥାଏ l ଯାହାକି ଇମ୍ୟୁନ ସିଷ୍ଟମ ଓ ହାଡ଼କୁ ମଜବୁତ କରିଥାଏ l

– ନିୟମିତ ଦେଶୀ ଘିଅ ଲଗାଇ ରୁଟି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ l ଏହା ଛଡା ଦେଶୀ ଘିଅ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l

– ଆପଣ ଯଦି ରିଫାଇନ ତେଲ ସ୍ଥାନରେ ଦେଶୀ ଘିଅ ନିୟମିତ ସେବନ କରିବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ଅଟେ l କାଶ ଓ କଫ ସମସ୍ୟା ଦୂର ହୋଇଥାଏ l ଏବଂ ମାନସିକ ସ୍ତରରେ ସୁସ୍ଥତା ଲାଭ ହୋଇଥାଏ l

– ଶୀତଋତୁରେ ସକାଳେ ହେଉ କିମ୍ବା ସନ୍ଧ୍ୟାରେ ଗୋଟିଏ ଗ୍ଲାସ ଉଷୁମ ଦୁଗ୍ଧରେ ଗୋଟିଏ ଚାମଚ ଉଷୁମ ଦେଶୀ ଘିଅ ଓ ହଳଦୀ ମିଶାଇ ସେବନ କରିବା ଦ୍ୱାରା ୪ଟି ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ l ଥଣ୍ଡା କାଶରୁ ଆରାମ ମିଳିଥାଏ, ପେଟ ସଫା ହୋଇଥାଏ, ଆଣ୍ଠୁ ଗଣ୍ଠି ସମସ୍ୟାରୁ ଆରାମ ମିଳେ, ତ୍ୱଚା ଓ କେଶରେ ଚମକ ଆସିଥାଏ l

 

ଅନ୍ୟମାନଙ୍କୁ ଜଣାନ୍ତୁ।