ମାନସିକ ଶାନ୍ତି ଆଣିବା ପାଇଁ କରନ୍ତୁ ଏହି ବ୍ୟାୟାମ

ଶରୀରର ମଧ୍ୟରୁ ଆଖି ହେଉଛି ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ରତିଦିନ ଆଖିର ବ୍ୟାୟାମ କରିବା ଦ୍ବାରା ଅନେକ ସୁଫଳ ମିଳିଥାଏ। ଦୁଇହାତରେ ପାପୁଲିକୁ ଘଷି ଗରମ କରି ବନ୍ଦ ଆଖି ଉପରେ ପାପୁଲିକୁ ହାଲ୍‌କା ଭାବେ ରଖିଲେ ମିଳିଥାଏ ଆରାମ । ଏହି ସମୟରେ ଧୀରେ ଧୀରେ ନିଶ୍ୱାସ ନେଇ ମନରେ ସକାରାତ୍ମକ ଚିନ୍ତା ଆଣିଲେ ମାନସିକ ଶାନ୍ତି ମିଳିଥାଏ। ଏହି ପ୍ରକ୍ରିୟା ପ୍ରତିଦିନ 3-4 ମିନିଟ କଲେ ସୁଫଳ ମିଳିଥାଏ।

ସେହିପରି ଏକାଗ୍ରତା ତଥା ଆଖିର ଶକ୍ତି ବୃଦ୍ଧି ଲାଗି ଦୂରରେ ଥିବା କୌଣସି ଜିନିଷ ଉପରେ ୨୦ରୁ ୩୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଦୃଷ୍ଟି ନିବଦ୍ଧ କରି ଏହାପରେ ପାଖରେ ଥିବା କୌଣସି ଜିନିଷକୁ ଦେଖିଲେ ଏହା ଆଖି ପାଇଁ ଭଲ ହୋଇଥାଏ। ଏହି ସମୟରେ ମୁଣ୍ଡ ଏପଟସେପଟ ନ କରି ସ୍ଥିର ହୋଇ ବସିବା ଆବଶ୍ୟକ ଅଟେ। ଆଖିଡୋଳକୁ କ୍ଲକ୍‌ୱାଇଜ୍‌ ବୁଲାଇଲେ ଅନେକ ପ୍ରକାର ଆଖିଦୋଷ ଦୂର ହୋଇଥାଏ ।

Leave A Reply

Your email address will not be published.