You are currently viewing ଆପଣଙ୍କ ଶରୀର ବାରମ୍ବାର କୁଣ୍ଡେଇ ହଉଛି କି ? ଏହା ଯକୃତ ରୋଗର ଲକ୍ଷଣ ନୁହେଁ ତ ?

ଆପଣଙ୍କ ଶରୀର ବାରମ୍ବାର କୁଣ୍ଡେଇ ହଉଛି କି ? ଏହା ଯକୃତ ରୋଗର ଲକ୍ଷଣ ନୁହେଁ ତ ?

ଏଏନଏସ : ଖାଦ୍ୟ ହଜମ କରିବା, ସୁସ୍ଥ ରକ୍ତରେ ଶର୍କରା ସ୍ତର ବଜାୟ ରଖିବା, ରକ୍ତ ଜମାଟ ବାନ୍ଧିବା ଏବଂ ବିଷାକ୍ତ ପଦାର୍ଥ ବାହାର କରି ଯକୃତ ଆମ ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ ଯକୃତ ସଠିକ ଭାବରେ କାମ କରେ ନାହିଁ , ସେତେବେଳେ ଆମ ଶରୀରରେ ଅନେକ ପ୍ରକାର ପରିବ୍‌ତ୍ତନ ଦେଖାଯାଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, କ୍ରୋନିକ ଯକୃତ ରୋଗର ଏକ ସାଧାରଣ ଲକ୍ଷଣ। ଆସନ୍ତୁ ଜାଣିବା ଯକୃତ ରୋଗରେ କୁଣ୍ଡେଇ ହେବାର କାରଣ କଣ ଏବଂ ଏହାକୁ ରୋକିବା ପାଇଁ କଣ କରାଯାଇପାରିବ?

ଯକୃତ ଜନିତ ସମସ୍ୟା….

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଯେ, ଯଦି ଆପଣଙ୍କର ଯକୃତରେ କିଛି ସମସ୍ୟା ହୋଇଥାଏ, ତାହଲେ ଶରୀରରେ କିଛି ବିଶେଷ ଲକ୍ଷଣ ନଜରକୁ ଆସିଥାଏ । ଏଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ହେଉଛି ଶରୀର କୁଣ୍ଡେଇ ହେବା । ଏହା ପ୍ରାୟତଃ ରାତି ସମୟରେ ଅଧିକ ଦେଖାଯାଇଥାଏ , ବିଶେଷକରି ପାଦରେ ସବୁଠୁ ଅଧିକା କୁଣ୍ଡେଇ ହୋଇଥାଏ ।

ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଏହା ସ୍ପଷ୍ଟ କରିନାହାନ୍ତି ଯେ, ଯକୃତ ରୋଗରେ ଶରୀର କଣ ପାଇଁ କୁଣ୍ଡେଇ ହୋଇଥାଏ ଏବଂ ଏହାର କାରଣ କଣ ? ତଥାପି ଏଥିପାଇଁ କିଛି କାରଣ ଦାୟୀ ବୋଲ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ।

 

ଶରୀର କୁଣ୍ଡେଇ ହେବାର କାରଣ କଣ ?
ଯକୃତ ରୋଗ ହେବା ଦ୍ୱାରା ପିତ୍ତରସରେ କ୍ଷାର ଜମା ହୋଇଥାଏ । ଯାହାଦ୍ୱାରା ଶରୀର କୁଣ୍ଡେଇ ହୋଇଥାଏ । ଏହାବ୍ୟତୀତ, ଗର୍ଭାବସ୍ଥାରେ କିମ୍ବା ହରମୋନ ସମସ୍ୟା ହେତୁ କୁଣ୍ଡେଇ ହେବା ସମସ୍ୟା ମଧ୍ୟ ଶରୀରରେ ଦେଖାଦେଇଥାଏ ।

ଯକୃତକୁ କିପରି ସୁସ୍ଥ ରଖିବା ?
ଡାକ୍ତରଙ୍କ କହିବା କଥା, ଯକୃତ ରୋଗ ହେବା ପଛରେ ଖରାପ ଖାଦ୍ୟ ଖାଇବା ପିଇବା ସବୁଠୁ ବଡ କାରଣ ହୋଇଥାଏ । ତେଣୁ ଖାଦ୍ୟରେ ଫଳ,ପନିପରିବା ଖାଇବା ଦରକାର ଏବଂ ଚର୍ବିଯୁକ୍ତ ଖାଦ୍ୟଠାରୁ ଦୂରରେ ରହିବା ଅତ୍ୟନ୍ତ ଆବଶ୍ୟକ । ଏଥିସହ ନିଜର ଓଜନକୁ ନିୟନ୍ତ୍ରଣରେ ରଖିବା ଉଚିତ୍ । ଧୂମପାନ ଏବଂ ମଦ୍ୟପାନରୁ ଦୁରେଇ ରହିବା ମଧ୍ୟ ଆବଶ୍ୟକ । ଆପଣଙ୍କ ଶରୀରରେ ଯଦି କିଛି ଯକୃତଜନୀତ ରୋଗର ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ ।

ଅନ୍ୟମାନଙ୍କୁ ଜଣାନ୍ତୁ।