You are currently viewing ଅଧିକ ଜୁଆଁଣି ଖାଇବା କ୍ଷତିକାରକ

ଅଧିକ ଜୁଆଁଣି ଖାଇବା କ୍ଷତିକାରକ

 ପ୍ରତ୍ୟେକ ଭାରତୀୟମାନଙ୍କ ରୋଷେଇ ଘରେ ବିଭିନ୍ନ ପ୍ରକାର ମସଲା ସାମଗ୍ରୀ ମହଜୁଦ୍‌ ରହିଥାଏ । ଯେଉଁଥିରେ ଜୁଆଁଣି ମଧ୍ୟ ସାମିଲ ଥାଏ। ତେବେ ଏହି ଜୁଆଁଣୀର ରୋଷେଇରେ ଗରମ ମସଲା ଭାବରେ ବ୍ୟବହାର କରାଯାଉଥିବା ବେଳେ ପେଟ ଜନିତ ସମସ୍ୟା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଖାସ୍ କରି ପେଟ ଦରଜ କିମ୍ବା ଗ୍ୟାସ୍ ସମସ୍ୟା ଥିଲେ ଘରୋଇ ଉପଚାର ଭାବରେ ଜୁଆଁଣି ସେବନ କରିବାକୁ ବୟଷ୍କମାନେ ପରାମର୍ଶ ଦେଇଥାନ୍ତି । ଏଥିସହିତ ଆୟୁର୍ବେଦରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ । ଜୁଆଁଣି ସେବନ କରିବା ଦ୍ୱାରା ରକ୍ତଚାପ ଜନିତ ସମସ୍ୟା ଏବଂ ୟୁରିନ୍ ଇନଫେକସନ ଦୂର ହେବା ସହ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଅଧିକ ମାତ୍ରାରେ ଜୁଆଁଣି ସେବନ ବିଭିନ୍ନ ପ୍ରକାର ସମସ୍ୟାର ମୁଖ୍ୟ କାରଣ ପାଲଟିଥାଏ। ଏହାଛଡା ଗର୍ଭଧାରଣ ସମୟରେ ମଧ୍ୟ ଏହା ସମସ୍ୟା ଆଣିପାରେ । ତେବେ ଆସନ୍ତୁ ଜାଣିବା ଜୁଆଁଣି ସେବନ କରିବା ଦ୍ୱାରା କେଉଁସବୁ ସମସ୍ୟା ଦେଖାଦେଇଥାଏ । ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ,ଆପଣ ଯଦି ଅନେକ ଦିନ ଧରି ଲଗାତାର ଭାବରେ ଜୁଆଁଣି ସେବନ କରୁଛନ୍ତି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଖାସ କରି କିଡନୀ ଫୁଲିବା ପରି ସମସ୍ୟା ଦେଖାଦେଇଥାଏ । ତେଣୁ ଅଧିକ ଜୁଆଣି ସେବନ କରୁଥିଲେ ସାବଧାନ ହୋଇଯିବା ଆବଶ୍ୟକ ।

ଗର୍ଭବତୀ ମହିଳାମାନଙ୍କ ପାଇଁ ଜୁଆଁଣି ସେବନ କରିବା ବିପଜ୍ଜନକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଜୁଆଁଣି ସେବନ କରିବା ଦ୍ୱାରା ଗର୍ଭାଶୟରେ ରକ୍ତସ୍ରାବ ଏବଂ ଘର୍ଭାଶୟ ସଂକୋଟନ ହୋଇପାରେ । ଏତତ୍ ବ୍ୟତୀତ ଏହି ଜୁଆଁଣି ସେବନ ଗର୍ଭପାତର କାରଣ ମଧ୍ୟ ହୋଇପାରେ । ତେଣୁ ଗର୍ଭବତୀ ମହିଳାମାନେ ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଜୁଆଁଣି ସେବନ କରନ୍ତୁ ନାହିଁ । ଯଦି କୌଣସି ବ୍ୟକ୍ତିର ଚର୍ମ ଜନିତ ସମସ୍ୟା ଥାଏ ତେବେ ଏହି ବ୍ୟକ୍ତିମାନେ ଅଧିକ ଜୁଆଁଣି ସେବନ କରିବା ଉଚିତ୍ ନୁହେଁ କାରଣ ଏହା ଚର୍ମ ଏବଂ ତ୍ୱଚା ଉପରେ ଅଧିକ ପ୍ରଭାବ ପକାଇଥାଏ । ଫଳରେ ସ୍କିନ ଫଳିଯିବା ସହ ଆନାଫାଇଲକ୍ସିସ୍ ମଧ୍ୟ ହୋଇପାରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।